ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ଦଉଡ଼ି

ପୁରୀ: ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି । ଦୁଇଟି ଗାଡ଼ିରେ ତିନି ରଥ ପାଇଁ ୮ ଇଞ୍ଚ ଗୋଲେଇର ଆସିଲା ୨୮ଟି ଦଉଡ଼ି । ଗୋଟିଏ ଦଉଡ଼ିର ଲମ୍ବ ୨୨୦ ଫୁଟ ବା ୬୭ ମିଟର । ଓଡ଼ିଶା କତା ନିଗମ ପକ୍ଷରୁ ଆସିଲା ଏହି ଦଉଡ଼ି । ଚଳିତ ଘୋଷଯାତ୍ରା ପାଇଁ ଓଡିଶା କତା ନିଗମ ପକ୍ଷରୁ ଦୁଇଟି ସେଟ୍ ରଥ ଦଉଡି ଆସିଛି। ପ୍ରତ୍ୟେକ ରଥରେ ଲାଗିଥାଏ ୪ଟି ଲେଖାଏଁ ଦଉଡ଼ି ଏବଂ ଅତିରିକ୍ତ ଥାଏ ଦୁଇଟି ଲେଖାଏଁ ଦଉଡ଼ି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ରଥ ଖଳାରେ ବିଶ୍ଵକର୍ମା, ଭୋଇ, ରୂପକାରଙ୍କ ସହ କମାର ଶାଳରେ ଓଝା ସେବକ ଏବଂ କରତି ଚାଳିରେ କରତି ସେବକମାନେ ଦ୍ରୁତ ଗତିରେ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି । ଚିତ୍ରକର ସେବକ ମାନେ ଚିତ୍ର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ତିନି ରଥରେ ପୋଟଳ ଓ ପାରାଭାଡି ଉଠିଥିବା ବେଳେ ରଥରେ ତେର ପରସ୍ତ ପୋଟଳ ଉଠି ସାରିଛି । ଭୋଇ ସେବକମାନେ ୬ ନମ୍ବର ତେର ପରସ୍ତ ପୋଟଳ ଉଠାଇବା କାର୍ଯ୍ୟ ଶେଷ କରି ୬ ନଂ ହରିବୋଲ ପକାଇଛନ୍ତି ।ତିନି ରଥର ପ୍ରଭା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ରୂପକାର ସେବକ ମାନେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ।

  • Related Posts

    ସ୍କୁଲ ବହି ତ୍ରୁଟି:ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସହିତ ତିନି ଜଣ ସହକାରୀ ନିର୍ଦେଶକ ନିଲମ୍ବିତ

    ୬ ଜଣ ସହକାରୀ ନିର୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର: ସ୍କୁଲ ବହି ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛି। କମିଟିର ସୁପାରିଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ…

    Continue reading
    ଓଡ଼ିଶା ଶିଳ୍ପ ନୀତିରେ ବଡ଼ ସଂଶୋଧନ

    CII Eastern Regional Council ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ – ‘Go East’ ପ୍ଲାଟଫର୍ମ ଭୁବନେଶ୍ୱର: ସିଆଇଆଇ – ଇଷ୍ଟର୍ଣ୍ଣ ରିଜିଓନାଲ କାଉନସିଲ ବୈଠକ ୨୦୨୬ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ରାଜ୍ୟର ଶିଳ୍ପ ବିକାଶ ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ