ଆଜି ଏମରଜେନ୍ସିକୁ ପୂରିଲା ୫୧ ବର୍ଷ

ଆଜି ଏମରଜେନ୍ସିକୁ ପୂରିଛି ୫୧ ବର୍ଷ। ୧୯୭୫ ମସିହା ଜୁନ୍ ୨୫ ତାରିଖ ଅର୍ଥାତ୍ ଆଜିର ଦିନରେ ଦେଶରେ ଲାଗୁ ହୋଇଥିଲା ଜରୁରୀ ସ୍ଥିତି। ତତ୍କକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ‘ଅଲ ଇଣ୍ଡିଆ ରେଡିଓ’ରେ ଏମରଜେନ୍ସି ଘୋଷଣା କରି ସମଗ୍ର ଦେଶବାସୀଙ୍କୁ ସ୍ତବ୍ଦ କରିଦେଇଥିଲେ।

ଦେଶରେ ଆଭ୍ୟନ୍ତରୀଣ ଅସ୍ଥିରତା କାରଣରୁ ରାଷ୍ଟ୍ରପତି ଫକରୁଦ୍ଦିନ ଅଲ୍ଲୀ ଅହମ୍ମଦ ଏହାକୁ ଜାରି କରିଥିବା ଇନ୍ଦିରା ଦେଶକୁ ଅବଗତ କରିଥିଲେ। ଇନ୍ଦିରାଙ୍କ ଏହି ଘୋଷଣା ପରେ ବଦଳିଯାଇଥିଲା ସାରା ଦେଶର ସାମାଜିକ, ରାଜନୈତିକ ସ୍ଥିତି। ଦେଶବାସୀଙ୍କୁ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ଛଡ଼ାଇ ନେଇଥିଲା ଏହି ଘୋଷଣା।

ସ୍ବାଧୀନ ଦେଶରେ ସ୍ବାଧୀନତାରୁ ବଞ୍ଚିତ ହୋଇଥିଲେ ଦେଶବାସୀ। ସରକାର ବିରୋଧୀ ଯେକୌଣସି କାର୍ଯ୍ୟକଳାପକୁ ବ୍ୟାନ୍ କରାଯାଇଥିଲା। ମୁକ୍ତ ଅଭିବ୍ୟକ୍ତିର ଅଧିକାର ସମେତ ସମସ୍ତ ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିଲେ ଦେଶବାସୀ। ଗଣମାଧ୍ୟମ ମଧ୍ୟ ସ୍ବାଧୀନତା ହରାଇଥିଲା। ସାରା ଦେଶରେ ଦେଖିବାକୁ ମିଳିଥିଲା ଅଭୁତପୂର୍ବ ଗିରଫଦାରୀ।

ଦେଶ ତମାମ ବିରୋଧୀଙ୍କୁ ଗିରଫ କରି ଜେଲକୁ ପଠାଯାଇଥିଲା। ଜୟପ୍ରକାଶ ନାରାୟଣ, ରାଜ ନାରାୟଣ, ମୋର୍ରାଜୀ ଦେଶାଇ, ରାମ ମନୋହର ଲୋହିଆଙ୍କ ପରି ଶୀର୍ଷ ନେତା ଜେଲ କୋଠରୀରେ ବନ୍ଦ ହୋଇଯାଇଥିଲେ। ୨ ବର୍ଷ ପର୍ଯ୍ୟନ୍ତ ଦେଶରେ ଜାରି ରହିଥିଲା ଏହି ଜରୁରୀ ସ୍ଥିତି। ଯାହାକୁ କୁହାଯାଏ ଭାରତର ଗଣନ୍ତ୍ରାତିକ ପ୍ରକ୍ରିୟାରେ ଏକ କଳା ଅଧ୍ୟାୟ। ଲୋକତନ୍ତ୍ରର ଇତିହାସରେ ବିବାଦୀୟ ହୋଇପଡିଥିଲେ ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ।

  • Related Posts

    ନେପାଳରେ ଭୂକମ୍ପ: ସବୁ ସହାୟତା ଯୋଗାଇବାକୁ ଆମେ ପ୍ରସ୍ତୁତ-ମୋଦି

    କାଠମାଣ୍ଡୁ: ଗୁରୁବାର ସକାଳେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ନେପାଳରେ ୨୫ କିଲୋମିଟର ଗଭୀରତାରେ ଆଜି ସକାଳ ୫.୨୧ରେ ଭୂକମ୍ପ ଅନୁଭୂତ ହୋଇଥିବା ଉଲ୍ଲେଖ ରହିଛି।‘X’ରେ କୁହାଯାଇଛି, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା…

    Continue reading
    ଭୂମିକମ୍ପ :ଭେନେଜୁଏଲାକୁ ସହାୟତାର ହାତ ବଢାଇଲା ଭାରତ

    ନୂଆଦିଲ୍ଲୀ : ଭେନେଜୁଏଲାରେ ବ୍ୟାକ୍‌ ଟୁ ବ୍ୟାକ୍‌ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା। ମାତ୍ର ୩୯ ସେକେଣ୍ଡରେ ୨ ଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ପ୍ରଥମ ଭୂକମ୍ପର ତୀବ୍ରତା ୭.୨ ଏବଂ ଦ୍ଵିତୀୟ ଭୂକମ୍ପର ତୀବ୍ରତା ୭.୫ ରେକର୍ଡ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ