ନେପାଳରେ ଭୂକମ୍ପ: ସବୁ ସହାୟତା ଯୋଗାଇବାକୁ ଆମେ ପ୍ରସ୍ତୁତ-ମୋଦି

କାଠମାଣ୍ଡୁ: ଗୁରୁବାର ସକାଳେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ନେପାଳରେ ୨୫ କିଲୋମିଟର ଗଭୀରତାରେ ଆଜି ସକାଳ ୫.୨୧ରେ ଭୂକମ୍ପ ଅନୁଭୂତ ହୋଇଥିବା ଉଲ୍ଲେଖ ରହିଛି।‘X’ରେ କୁହାଯାଇଛି, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୮ ଥିଲା। ଅଗଭୀର ଭୂକମ୍ପ ସାଧାରଣତଃ ଗଭୀର ଭୂକମ୍ପ ଅପେକ୍ଷା ଅଧିକ ବିପଜ୍ଜନକ। କାରଣ ଅଗଭୀର ଭୂକମ୍ପରୁ ସୁନାମି ଆସିବାର ଯଥେଷ୍ଟ ସମ୍ଭାବନା ଥାଏ। ଯାହା ଫଳରେ ଭୂକମ୍ପ ଅଧିକ ଶକ୍ତିଶାଳୀ ହୁଏ, ଅଧିକ କ୍ଷତି ପହଞ୍ଚାଏ ଏବଂ ଅଧିକ ମୃତାହତ ବି ହୁଅନ୍ତି।
ସେହିପରି ଭେନେଜୁଏଲାରେ ଶକ୍ତିଶାଳୀ ଭୂକମ୍ପ ହୋଇଛି। ୪୫ ସେକେଣ୍ଡ ମଧ୍ୟରେ ୨ଟି ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ସର୍ବାଧିକ ୭.୫ ଓ ୭.୧ ରେକର୍ଡ ହୋଇଛି। ଏଥିରେ ୧୦୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଥିବା ଆଶଙ୍କା କରାଯାଉଛି। ସେହିପରି ଜମ୍ମୁ-କଶ୍ମୀର, ସିକିମ୍‌ ଏବଂ ଜାପାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି।
ଭେନେଜୁଏଲା ଭୂକମ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆମେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ। ସୋସିଆଲ୍‌ ମିଡିଆରେ ପ୍ରଧାନମନ୍ତ୍ରୀ ଭୟଙ୍କର ଭୂକମ୍ପ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।ମୃତକଙ୍କ ପରିବାର ପ୍ରତି ସମବେଦନା, ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି ମୋଦି। ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ମୋଦି କହିଛନ୍ତି।

  • Related Posts

    ଆଜି ଏମରଜେନ୍ସିକୁ ପୂରିଲା ୫୧ ବର୍ଷ

    ଆଜି ଏମରଜେନ୍ସିକୁ ପୂରିଛି ୫୧ ବର୍ଷ। ୧୯୭୫ ମସିହା ଜୁନ୍ ୨୫ ତାରିଖ ଅର୍ଥାତ୍ ଆଜିର ଦିନରେ ଦେଶରେ ଲାଗୁ ହୋଇଥିଲା ଜରୁରୀ ସ୍ଥିତି। ତତ୍କକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ‘ଅଲ ଇଣ୍ଡିଆ ରେଡିଓ’ରେ ଏମରଜେନ୍ସି ଘୋଷଣା କରି ସମଗ୍ର ଦେଶବାସୀଙ୍କୁ…

    Continue reading
    ଭୂମିକମ୍ପ :ଭେନେଜୁଏଲାକୁ ସହାୟତାର ହାତ ବଢାଇଲା ଭାରତ

    ନୂଆଦିଲ୍ଲୀ : ଭେନେଜୁଏଲାରେ ବ୍ୟାକ୍‌ ଟୁ ବ୍ୟାକ୍‌ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା। ମାତ୍ର ୩୯ ସେକେଣ୍ଡରେ ୨ ଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ପ୍ରଥମ ଭୂକମ୍ପର ତୀବ୍ରତା ୭.୨ ଏବଂ ଦ୍ଵିତୀୟ ଭୂକମ୍ପର ତୀବ୍ରତା ୭.୫ ରେକର୍ଡ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ