ଆସନ୍ତା ନିର୍ବାଚନରେ ମୁଁ ନେତୃତ୍ୱ ନେବି: ନବୀନ

ଭୁବନେଶ୍ୱର:ଗୁରୁବାର ଶଙ୍ଖ ଭବନରେ ପହଞ୍ଚି ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବିଜୁ ଜନତା ଦଳରେ ବିଧିବଦ୍ଧଭାବେ ସାମିଲ ହେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତା ନିର୍ବାଚନରେ ମୁଁ ନେତୃତ୍ୱ ନେବି । ସୁଜାତା ଜଣେ ସାଧାରଣ କର୍ମୀଭାବେ ବିଜେଡିରେ ମିଶିଲେ । ଆସନ୍ତା ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ୱ ନେବି ବୋଲି ନବୀନ କହିଛନ୍ତି ।
ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେଲା । କାରଣ ଗୁରୁବାର ଶଙ୍ଖ ଭବନରେ ପହଞ୍ଚି ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବିଜୁ ଜନତା ଦଳରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି । ବିଜେଡିରେ ଆଜି ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତା ଶଙ୍ଖ ଧରିଛନ୍ତି । ଆଜି ଶଙ୍ଖ ଭବନରେ ପହଞ୍ଚିବା ପରେ ସୁଜାତାଙ୍କୁ ବିଜେଡିର ଅନେକ ବରିଷ୍ଠ ନେତ୍ରୀ ତାଙ୍କୁ ପାଛୋଟି ନେଇଥିଲେ। ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ ପାଛୋଟି ନେଇଥିଲେ। ଶଙ୍ଖ ଭବନରେ ଆୟୋଜିତ କାର୍ୟ୍ୟକ୍ରମରେ ସୁଜାତା ବିଜେଡିରେ ମିଶିଛନ୍ତି। ଏହି ଯୋଗଦାନକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।

ପୂର୍ବରୁ ସୁଜାତା ବିଜେଡିରେ ମିଶିବା ନେଇ ଦୁଇ ଦୁଇ ଥର ପ୍ରସ୍ତୁତି କରାଯାଇଥିଲା। ମାତ୍ର ନେତାମାନେ ମେଳି କରି ବିରୋଧ କରିବାରୁ ବାଟ ଫିଟିନଥିଲା। ଏଥର କିନ୍ତୁ ରାସ୍ତା ସଫା । କିଛି ଦିନ ତଳେ ମନ୍ମଥ ରାଉତରାୟ, ଗଣେଶ୍ବର ବେହେରା, ଚିନ୍ମୟ ସାହୁ ଓ ମହେଶ୍ବର ସାହୁଙ୍କ ଭଳି ନେତା ସୁଜାତାଙ୍କ ସମର୍ଥନରେ ଖୋଲାଖୋଲି ବାହାରିଥିଲେ। ଅନ୍ୟପଟେ ବିଜେଡି ନେତା ସମ୍ବିତ ରାଉତରାୟ ତେରଚ୍ଛା ବାଣ ମାରି କହିଛନ୍ତି, ସୁଜାତା ନବୀନଙ୍କ ଉତ୍ତରାଧିକାରୀ ନୁହଁନ୍ତି। ଗୃହ ପ୍ରବେଶ କରନ୍ତୁ, ପରେ ଆମେ ବାସ୍ତୁ ଦୋଷ ଦେଖିବୁ ବୋଲି କହିଛନ୍ତି।

୨୦୨୪ ନିର୍ବାଚନରେ କ୍ଷମତାଚ୍ୟୁତ ହେବା ପରଠାରୁ ବିଜେଡି ସଂଗଠିତ ହୋଇପାରୁନି। ଦଳରେ ଆଭ୍ୟନ୍ତରୀଣ ଶୃଙ୍ଖଳା ଆଗ ଭଳି ନାହିଁ। ୩ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିକୁ ପଳାଇଥିବା ବେଳେ ୮ ବିଧାୟକ ରାଜ୍ୟସଭା ଭୋଟରେ କ୍ରସ ଭୋଟିଂ କଲେ । ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ ଏଭଳି ସଙ୍କଟମୟ ସ୍ଥିତିରେ ବିଜେଡିକୁ ସୁଜାତାଙ୍କ ଆଗମନ ହେଉଛି । ଆସନ୍ତା ବର୍ଷ ଆରମ୍ଭରେ ପଞ୍ଚାୟତ ନିର୍ବାଚନ ଥିବାବେଳେ ସୁଜାତାଙ୍କ ମିଶ୍ରଣ ଦଳକୁ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।

୨୦୦୦ ମସିହା ବ୍ୟାଚ୍‌ ଆଇଏଏସ୍‌ ସୁଜାତା କେନ୍ଦ୍ରାପଡ଼ାର ଝିଅ ହୋଇଥିବାବେଳେ ସେ ବହୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିଲେ। ମିଶନ ଶକ୍ତି ମାଧ୍ୟମରେ ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ତାଙ୍କ ଭୂମିକାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ପ୍ରାୟ ୨୫ ବର୍ଷ କ୍ୟାରିଅରରେ ସେ ଶିକ୍ଷା, ପୋଷଣ, ମାତୃ କଲ୍ୟାଣ ଏବଂ ମହିଳା ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ମାଓ ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ତାଙ୍କର ପ୍ରାରମ୍ଭିକ ପୋଷ୍ଟିଂ ସମୟରେ ସେ ସ୍କୁଲ ଝିଅମାନଙ୍କ ପାଇଁ ସାଇକେଲ ବଣ୍ଟନ ଯୋଜନା କରିଥିଲେ ଏବଂ ମଧ୍ୟାହ୍ନ ଭୋଜନ କାର୍ୟ୍ୟକ୍ରମରେ ଅଣ୍ଡା ଯୋଡିଥିଲେ, ଯାହା ପରେ ସମଗ୍ର ଓଡ଼ିଶାରେ ଗ୍ରହଣ କରାଯାଇଥିଲା। କଟକର ପ୍ରଥମ ମହିଳା କଲେକ୍ଟର ଏବଂ ପରବର୍ତ୍ତୀ ସମୟରେ ସମାଜ କଲ୍ୟାଣ ନିର୍ଦ୍ଦେଶକ ଭାବରେ ସେ ମମତା ମାତୃତ୍ୱ ଲାଭ ଯୋଜନାର ଶୁଭାରମ୍ଭ କରିଥିଲେ।

  • Related Posts

    assembly odisha ଖୁବ୍‌ଶୀଘ୍ର ବିଧାନସଭା ମୌସୁମି ଅଧିବେଶନ; ସରକାରଙ୍କୁ ସଣ୍ଢୁଆଶୀ ଆକ୍ରମଣ ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ

    ଭୁବନେଶ୍ବର: ଖୁବ୍‌ଶୀଘ୍ର ବସିବାକୁ ଯାଉଥିବା ଓଡ଼ିଶା ବିଧାନସଭାର ମୌସୁମି ଅଧିବେଶନରେ ସରକାରଙ୍କୁ ସଣ୍ଢୁଆଶୀ ଆକ୍ରମଣ ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ରହିଛି। ସେଗୁଡ଼ିକ ମଧ୍ୟରୁ ଏମ୍‌ଏମ୍‌ଡିଆର ସଂଶୋଧନ ବିଧେୟକକୁ ନେଇ ବିଧାନସଭା ହୁଲସ୍ତୁଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏମ୍‌ଏମ୍‌ଡିଆର…

    Continue reading
    politics for mmdr ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

    ଭୁବନେଶ୍ୱର: ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ ରାଜ୍ୟର ରାଜସ୍ୱ ଉପରେ ଗଭୀର ପ୍ରଭାବ ପଡ଼ିବ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ତେଣୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ