ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ସମାଧାନ କରିବାକୁ ଯାଇ ପଡ଼ୋଶୀ ଯୁବକଙ୍କୁ ହତ୍ୟା

ବାଲିଶଙ୍କରା : ତଲସରା ଥାନା ଅନ୍ତର୍ଗତ ଯମୁନା ପଞ୍ଚାୟତର ମୟାବାହାଲ ଦେହୁରୀପଡ଼ାରେ ଶୁକ୍ରବାର ରାତିରେ ଘଟିଥିବା ଏକ ହତ୍ୟାକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ସମାଧାନ କରିବାକୁ ଯାଇ ପଡ଼ୋଶୀ ଯୁବକ ହେମନ୍ତ ନାଏକ (୨୬) ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ କନ୍ଦର୍ପ ଦେହୁରୀଙ୍କୁ ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ଗ୍ରାମରେ ଡେମୂଳ ପୂଜା (ଗାଁ ପୂଜା) ଅନୁଷ୍ଠିତ ହୋଇଥିଲା। ଏହି ପୂଜାରେ କନ୍ଦର୍ପ ଦେହୁରୀ ଗ୍ରାମର କାଲୋ (ପୂଜକ) ଭାବେ ଦାୟିତ୍ୱରେ ଥିଲେ। ପୂଜା ପରେ କୌଣସି କଥାକୁ କେନ୍ଦ୍ର କରି କନ୍ଦର୍ପ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବଚସା ଓ ଝଗଡ଼ା ହୋଇଥିଲା। ଭୟଭୀତ ହୋଇ କନ୍ଦର୍ପଙ୍କ ସ୍ତ୍ରୀ ପଡ଼ୋଶୀ ହେମନ୍ତ ନାଏକଙ୍କ ଘରକୁ ଦୌଡ଼ି ପଳାଇଥିଲେ। କନ୍ଦର୍ପ ମଧ୍ୟ ତାଙ୍କ ପଛେ ପଛେ ସେଠାରେ ପହଞ୍ଚିଥିଲେ। ସେଠାରେ ହେମନ୍ତ, ତାଙ୍କ ଭାଇ ଓ ଭଉଣୀ ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ଶାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ କନ୍ଦର୍ପ ହେମନ୍ତଙ୍କ ଭଉଣୀଙ୍କୁ ହାତ ଉଠାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ହେମନ୍ତ ଓ କନ୍ଦର୍ପଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ପରେ ଗ୍ରାମର କିଛି ଯୁବକ କନ୍ଦର୍ପଙ୍କୁ ତାଙ୍କ ଘରେ ଛାଡ଼ି ଆସିଥିଲେ।

ଅଭିଯୋଗ ଅନୁଯାୟୀ, ରାତି ପ୍ରାୟ ୧୦.୩୦ରୁ ୧୧ଟା ମଧ୍ୟରେ ହେମନ୍ତ ନିଜ ଘର ପାଖରେ ଏକାକୀ ବସିଥିବା ବେଳେ କନ୍ଦର୍ପ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ହେମନ୍ତଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ତଲସରା ଥାନା ଅଧିକାରୀ ଯଶୋବନ୍ତୀ ବାଗ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ କନ୍ଦର୍ପ ଦେହୁରୀଙ୍କୁ ଗିରଫ କରାଯାଇଛି। ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ପରେ ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବ ବୋଲି ପୁଲିସ ସୂଚନା ଦେଇଛି।ଉଲ୍ଲେଖଯୋଗ୍ୟ, ହେମନ୍ତଙ୍କ ବାପା ଲାଳମଣି ନାଏକଙ୍କର ଗତ ବର୍ଷ ମୃତ୍ୟୁ ହୋଇଥିଲା। ଆସନ୍ତା ୬ ତାରିଖରେ ହେମନ୍ତଙ୍କ ଭଉଣୀଙ୍କ ବିବାହ ହେବାକୁ ଥିବା ବେଳେ ଏହି ଅଘଟଣ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପକାଇଛି। ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

  • Related Posts

    snake bite ସାପ କାମୁଡ଼ାରେ ଭାଇ-ଭଉଣୀଙ୍କ ମୃତ୍ୟୁ

    ରାଉରକେଲା: ସାପ କାମୁଡ଼ାରେ ଦୁଇ ନାବାଳକ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି। ରାଉରକେଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଗୀର୍ଜାଟୋଲିରେ ଏହି ଅଭାବନୀୟ ଘଟଣା ଘଟିଛି।ମୃତକମାନେ ହେଲେ ୧୦ ବର୍ଷୀୟ ସମୀର ହରୋ ଓ ତାଙ୍କ ୮ ବର୍ଷୀୟ ଭଉଣୀ ସାଇରନ୍ ହରୋ। ସୂଚନା…

    Continue reading
    grivance ଗୁରୁସଙ୍ଗରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

    ଦେବଗଡ଼:ବାରକୋଟ ବ୍ଲକର ଗୁରୁସଙ୍ଗ ପଞ୍ଚାୟତର ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଓ ଏସପି କିଶୋର ଚନ୍ଦ୍ର ମୁଣ୍ଡ ଯୋଗଦେଇ ୪୬ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ