ମାଓ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁ: କୋରାପୁଟ-ମାଲକାନଗିରି ସୀମାନ୍ତ ଜଙ୍ଗଲ ଅଞ୍ଚଳରେ ସୁରକ୍ଷାବାହିନୀକୁ ମିଳିଛି ବଡ଼ ସଫଳତା । ସର୍ଚ୍ଚ ଅପରେସନ୍ ବେଳେ କୋରାପୁଟ ଜିଲ୍ଲା ଡିଷ୍ଟ୍ରିକ୍ଟ ଭଲଣ୍ଟିୟର ଫୋର୍ସ ଯବାନମାନେ ମାଓବାଦୀଙ୍କ ଏକ ଡମ୍ପ ଠାବ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ରହିଛି ୬ଟି ଦେଶୀ ବନ୍ଧୁକ, ୧୧ଟି ଟିଫିନ୍ ବୋମା, ବାରୁଦ, ଗୁଳି, ମାଓବାଦୀ ସାହିତ୍ୟ, ଗୋଟିଏ କ୍ୟାମେରା ଏବଂ ଦୁଇଟି ଫ୍ଲାସ୍ ଲାଇଟ୍ । ଏହି ସାମଗ୍ରୀକୁ ମାଓବାଦୀମାନେ ଭବିଷ୍ୟତରେ ନାଶକତା କିମ୍ବା ଅନ୍ୟ କାର୍ଯ୍ୟକଳାପ ପାଇଁ ମହଜୁଦ ରଖିଥିବା ସନ୍ଦେହ କରାଯାଉଛି ।

ସୂଚନା ଆଧାରରେ ଚାଲିଥିବା ଏହି ସର୍ଚ୍ଚ ଅପରେସନ୍ ଏବେ ମଧ୍ୟ ଜାରି ରହିଛି । ସୀମାନ୍ତ ଜଙ୍ଗଲ ଅଞ୍ଚଳରେ ଆଉ କୌଣସି ମାଓ ଡମ୍ପ କିମ୍ବା ମାଓବାଦୀଙ୍କ ଉପସ୍ଥିତି ରହିଛି କି ନାହିଁ, ସେନେଇ ସୁରକ୍ଷାବାହିନୀ ତନାଘନା ଚଳାଇଛି । ଏହି ଜବତକୁ ମାଓବାଦୀ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି । ସୁରକ୍ଷାବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳରେ ସତର୍କତା ବଢ଼ାଇ ଦିଆଯାଇଛି ଏବଂ ସର୍ଚ୍ଚ ଅପରେସନ୍‌କୁ ଆହୁରି ଜୋରଦାର କରାଯାଇଛି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ