ରଥଯାତ୍ରା ପାଇଁ ପୁରୀରେ ପୋଲିସ ପ୍ରଶାସନର ସମୀକ୍ଷା ବୈଠକ

ଆସନ୍ତା ଜୁଲାଇ ୧୬ ତାରିଖରେ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଐତିହାସିକ ମହାପର୍ବକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନିମନ୍ତେ ପୁରୀସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟ (DPO) ପରିସରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସେମାନଙ୍କ ସୁରକ୍ଷା ଉପରେ ଏହି ବୈଠକରେ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି।

ଏହି ରଥଯାତ୍ରାକୁ ଅଘଟଣ ମୁକ୍ତ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରଥଯାତ୍ରା ଡ୍ୟୁଟି ପାଇଁ ପ୍ରାୟ ୧୨,୦୦୦ ପୋଲିସ କର୍ମଚାରୀ, ଟ୍ରାଫିକ କନଷ୍ଟେବଳ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPF) ସିଆରପିଏଫ ଏବଂ ବିଏସଫ ମୁତୟନ ରହି ସୁରକ୍ଷା ଦାୟିତ୍ୱ ତୁଲାଇବେ। ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୫୦ ପ୍ଲାଟୁନ OSAP, IRBN, APR ଏବଂ ଟ୍ରାଫିକ ଫୋର୍ସ ମୁତୟନ କରାଯିବ। ସହରର ବିଭିନ୍ନ ସ୍ଥାନରେ ୩,୦୦୦ ହୋମଗାର୍ଡଙ୍କୁ ମୁତୟନ କରାଯାଇ ଭିଡ଼ ନିୟନ୍ତ୍ରଣ ତଥା ଟ୍ରାଫିକ ଓ ପାର୍କିଂ ରେ ପୋଲିସକୁ ସହଯୋଗ କରିବେ ।

ବୈଠକରେ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ, ରଥ ଯାତ୍ରା ସମୟ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଯେଉଁ ପ୍ରତିକୂଳ ପରିବେଶ ସୃଷ୍ଟି ହେବ, ତା ପ୍ରତି ସଜାଗ ରହି ଆଗୁଆ ପଦକ୍ଷେପ ନେଇ ରଥ ଯାତ୍ରାକୁ ସୁସଂଗଠିତ କରିବାକୁ ପଡିବ। ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ସୁରୁଖୁରୁରେ ପୁରୀରେ ପହଞ୍ଚି, ଭଲରେ ମହାପ୍ରଭୁଙ୍କ ଦର୍ଶନ ସାରି ସୁରକ୍ଷିତ ଭାବେ ନିଜ ନିଜ ଘରକୁ ଫେରି ପାରିବେ, ତାହା ଉପରେ ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ବାହାରୁ ଆସୁଥିବା ପୋଲିସ ଫୋର୍ସ ମାନଙ୍କ ରହଣି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ସଠିକ୍‌ ଭାବେ ପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି। ଜନସାଧାରଣଙ୍କ ସହଯୋଗରେ ୨୦୨୬ ରଥଯାତ୍ରା ଅତ୍ୟନ୍ତ ସଫଳତାର ସହ ସମ୍ପାଦିତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଜନସାଧାରଣଙ୍କୁ ନିବେଦନ କରି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ, ଶ୍ରଦ୍ଧାଳୁମାନେ ପୁରୀ ଅଭିମୁଖେ ବାହାରିବା ସମୟରେ ଓଡ଼ିଶା ପୋଲିସର ଅଫିସିଆଲ୍ ପୋର୍ଟାଲ୍ ଏବଂ ଟ୍ରାଫିକ ପରିଚାଳନା ପାଇଁ ସମୟ ସମୟରେ ଜାରି ହେଉଥିବା ବିଭିନ୍ନ ‘ଟ୍ରାଫିକ ଆଡଭାଇଜରୀ’ କୁ ଧ୍ୟାନ ଦେବା ଉଚିତ୍। ପୋର୍ଟାଲ ଜରିଆରେ ଦିଆଯାଉଥିବା ସମସ୍ତ ପରାମର୍ଶ ଓ ନିୟମକୁ ସଠିକ୍ ଭାବେ ପାଳନ କରି ଯାତ୍ରା କଲେ ଟ୍ରାଫିକ ସମସ୍ୟା ଏଡ଼ାଯାଇପାରିବ।

ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ଆର.ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଟ୍ରାନ୍ସପୋର୍ଟ କମିଶନର ଶ୍ରୀ ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (SAP) ଶ୍ରୀ ରାଜେଶ କୁମାର, ଆଇଜିପି (ଟ୍ରେନିଂ) ଶ୍ରୀ ଅନୁପ କୁମାର ସାହୁ, ନିର୍ଦ୍ଦେଶକ (ଏସସିଆରବି) ଶ୍ରୀ ଅବିନାଶ କୁମାର, ଆଇଜି (କ୍ରାଇମବ୍ରାଞ୍ଚ) ଡ. ସାର୍ଥକ ଷଡଙ୍ଗୀ, ଆଇଜି (କେନ୍ଦ୍ରାଞ୍ଚଳ) ଶ୍ରୀ ସତ୍ୟଜିତ ନାୟକ, ଡିଆଇଜି (ଏସଟିଏଫ) ଡ଼ କନୱର ବିଶାଳ ସିଂ, ଡିଆଇଜି (ପ୍ରୋଭିଜନିଂ) ଶ୍ରୀ ଚରଣ ସିଂ ମିନା, ଡିଆଇଜି (କାର୍ମିକ) ଶ୍ରୀ ଯୁଗଳ କିଶୋର କୁମାର ବନୋଥ, ଡିଆଇଜି (କ୍ରାଇମବ୍ରାଞ୍ଚ) ଶ୍ରୀ ବି. ଗଙ୍ଗାଧର, ଡିଆଇଜି ଶ୍ରୀ ଆଶିଷ ସିଂହ, ଏସପି (ପୁରୀ) ଶ୍ରୀ ପ୍ରତୀକ ସିଂଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ I ଏହାସହ ଆଭାସୀ ମାଧ୍ୟମରେ ଆଇଜିପି (ଉତ୍ତର-କେନ୍ଦ୍ରାଞ୍ଚଳ) ଶ୍ରୀ ସତ୍ୟବ୍ରତ ଭୋଇ, ଡିଆଇଜି (ପୂର୍ବାଞ୍ଚଳ) ଶ୍ରୀ ପିନାକ ମିଶ୍ର ପ୍ରମୁଖ ଯୋଗ ଦେଇ ସେମାନଙ୍କ ମୂଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ।

  • Related Posts

    ପ୍ରଣବଙ୍କ ବିୟୋଗରେ ମୋହନଙ୍କ ଶୋକପ୍ରକାଶ

    ଭୁବନେଶ୍ୱର:ଆଉ ନାହାନ୍ତି ଓଡ଼ିଶା ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। ଆଜି ୮୮ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଓଡ଼ିଆ ସଙ୍ଗୀତ ଜଗତରେ ବେତାଜ ବାଦଶାହ ଭାବେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଆଜି…

    Continue reading
    ପରଲୋକରେ ପ୍ରଣବ ପଟ୍ଟନାୟକ

    ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ।୮୮ ବର୍ଷ ବୟସରେ ସେ ଆଜି ଆଖି ବୁଜିଛନ୍ତି ।ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ୧୧.୩୦ରେ ତାଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକ ଖବର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ