
ମା’ ଭଗବତୀଙ୍କ ପ୍ରତିଷ୍ଠା ଉପଲକ୍ଷେ ନେକ୍ସସ ହେଲ୍ପ ଫାଉଣ୍ଡେସନର ମାର୍ଗ ଦର୍ଶକ ପୂଜା ମଲ୍ଲିକ, ଆନନ୍ଦ ପ୍ରସାଦ ଦାସ,ସୁଧାଂଶୁ ଶେଖର ପ୍ରଧାନ, ପ୍ରଶାନ୍ତ ରାଉତ, ସ୍ଵାଗତମ ସାହୁ, ସୌମ୍ୟ ରଂଜନ ସେଠୀ, ଦେବାଶିଷ ଦାସ, ସତ୍ୟନାରୟଣ ସାହୁଙ୍କ ଆଦେଶ କ୍ରମେ ଏକ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଅଛି । ନେକ୍ସସ ହେଲ୍ପ ଫାଉଣ୍ଡେସନର ସଭାପତି ସୁବ୍ରତ ମଲ୍ଲିକ, ସଦସ୍ୟ ସର୍ବଜିତ୍ ମିଶ୍ର, ସଂଜିତ୍ ଖୋଟୋଇ,ସମ୍ବିତ ମହାନ୍ତି, ଶ୍ରୀକାନ୍ତ ସାହୁ, ସତ୍ୟ ପ୍ରସାଦ ବଡ଼ଜେନା, ଦେବାଶିଷ ମଲ୍ଲିକ, ସନ୍ତୁନୁ ସାହୁ ସହଯୋଗ କରିଥିଲେ | ଏହି ଶିବିରକୁ ତ୍ରିଲୋଚନ ପଣ୍ଡା,ସମାଜ ସେବୀ ଶିବପ୍ରସାଦ ରଥ, ଦିଲିପ୍ କୁମାର ମିଶ୍ର ଉଦ୍ଘାଟନ କରିଥିଲେ । ଏଥିରେ ୪୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।ଏହାକୁ ବ୍ଲଡ କ୍ୟାନ୍ସର ରୋଗୀମାନଙ୍କୁ ଯୋଗାଇ ଦିଆଯାଇଛି ।
ନିମାପଡ଼ାରୁ ବସନ୍ତ ନାୟକଙ୍କ ରିପୋର୍ଟ




