
ଦେବଗଡ଼: ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଦେବଗଡ଼ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଅଂଶୁମାନ ସବୁଜ ମାହାନ୍ତ ଓ ଆଇନଜୀବୀ ଆଲୋକ ମିଶ୍ର ବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଯୋଗେଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ସରୋଜ ପାଢ଼ୀ, ମୀନକେତନ ପ୍ରଧାନ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ସଂପାଦକ ପ୍ରୀତି ପରମିତା ବେହେରା ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ସଭାପତି ସୁବ୍ରତ ବେହେରା, ଏସ୍ଟି ମୋର୍ଚ୍ଚାର ସଭାପତି ଟିକେଶ୍ବର ପ୍ରଧାନ, ଏସ୍ସି ମୋର୍ଚ୍ଚା ସଭାପତି ଦେବାନନ୍ଦ ନାଏକ, କୋଷାଧ୍ୟକ୍ଷ ଅଶୋକ ପ୍ରଧାନ, ଦେବଗଡ଼ ମଣ୍ଡଳ ସଭାପତି ରାଜେନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ। ଜିଲ୍ଲା ବିଜେପି ଉପସଭାପତି ରଞ୍ଜିତ ପଟେଲ ଧନ୍ୟବାଦ ଦେଇଥିଲେ।




