ନବୀନଙ୍କୁ ଭେଟିଲେ ଚୌଦ୍ୱାର ମୁନିସିପାଲିଟିର ଅଧ୍ୟକ୍ଷା ଓ କାଉନସିଲର

ଭୁବନେଶ୍ୱର : ଚୌଦ୍ୱାର ମୁନିସିପାଲିଟିର ଅଧ୍ୟକ୍ଷା ମାନସୀ ସାମଲ ଓ ବିଜେଡିର କାଉନସିଲରମାନେ ଆଜି ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଏହି ସାକ୍ଷାତ ସମୟରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଏକଜୁଟ ହୋଇ ଲୋକଙ୍କ ସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ସ୍ମୃତି ଚାରଣ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଚୌଦ୍ୱାର ସହ ବିଜୁ ବାବୁଙ୍କର ଆବେଗିକ ସମ୍ପର୍କ ରହିଥିଲା ଏବଂ ଚୌଦ୍ୱାର ବିକାଶରେ ବିଜୁ ବାବୁଙ୍କର ବିଶେଷ ଅବଦାନ ଥିଲା । ତେଣୁ ଚୌଦ୍ୱାରର ସ୍ୱାଭିମାନ ଓ ବିକାଶ ପାଇଁ ଉଦ୍ୟମ ଜାରି ରଖିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ଆଲୋଚନାରେ ଯୋଗ ଦେଇଥିବା କାଉନସିଲରମାନେ ଚୌଦ୍ୱାରର ବିକାଶ କାମରେ ଆସୁଥିବା ବାଧା ସମ୍ପର୍କରେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହି ଆଲୋଚନା ସମୟରେ ବିଜୁ ଜନତା ଦଳର ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ସଂତୃପ୍ତ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ଥିଲେ ।

  • Related Posts

    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading
    ୨୦ ବିଜେପି ସାଂସଦ ଚୁପ୍ ରହି ଓଡ଼ିଶାର ସ୍ୱାର୍ଥକୁ ବିକ୍ରି କରିଦେଲେ:ବିଜେଡି

    ଭୁବନେଶ୍ବର: ଲୋକସଭାରେ ଏମଏମଡିଆର ଆଇନ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଫଳରେ ସର୍ବାଧିକ କ୍ଷତିଗ୍ରସ୍ତ ହେବ ଓଡିଶା । ଓଡ଼ିଶାର ଖଣି ରାଜସ୍ୱ ଦିଲ୍ଲୀ ଚାଲିଯିବ । ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ ଓଡ଼ିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ