ପାଣିରେ ବୁଡି ଜଣେ ମୃତ

ଦେବଗଡ଼:ବାରକୋଟ ଥାନାର କିଷାନଗୟଲମରା ବନ୍ଧରେ ଆଜି ଜଣେ ବ୍ୟକ୍ତିଙ୍କ ପା‌ଣିରେ ବୁଡି ମୃତ୍ୟୁ ଘଟିଛି।ମୃତକ ହେଲେ ସଇଡା ଗ୍ରାମର ଗୁରୁଚରଣ ଲୁହୁର। ସୂଚନା ଅନୁଯାୟୀ,ଗତକାଲି ଗୁରୁଚରଣ କିଷାନଗୟଲମରା ବନ୍ଧକୁ ଗାଧେଇବା ପାଇଁ ଯାଇଥିଲେ। କିନ୍ତୁ ଗାଧେଇବା ସମୟରେ ଅସାବଧାନତାବଶତଃ ପାଣିରେ ବୁଡିଯାଇଥିଲେ। ସୂଚନାପାଇ ବାରକୋଟ ଥାନା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ଆଜି ସକାଳେ ପୁଣି ଥରେ ଖୋଜାଖୋଜି କରିବାରୁ ଗୁରୁଚରଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ଏନେଇ ବ‌ାରକୋଟ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

  • Related Posts

    ଗୋଟିଏ ବନ୍ୟାର ଦୁର୍ଦ୍ଦଶା ସରିନଥିବା ବେଳେ ପୁଣି ଏକ ବନ୍ୟା

    ଭୁବନେଶ୍ବର: ଗୋଟିଏ ବନ୍ୟାର ଦୁର୍ଦ୍ଦଶା ସରିନଥିବା ବେଳେ ପୁଣି ଏକ ବନ୍ୟା । ପୁଣି ଘରେ ପଶିଛି ବନ୍ୟା ପାଣି। ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଯାଜପୁରର ତଳିଆ ଅଞ୍ଚଳ ଲୋକେ । ବୈତରଣୀ ନଦୀରେ ତୃତୀୟ ଥର ବନ୍ୟା ଆସିଛି ।…

    Continue reading
    ସ୍ତ୍ରୀକୁ ମାରି ପୋଖରୀକୁ ଫିଙ୍ଗିଦେଲା ସ୍ୱାମୀ !

    ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ବେଲଦ୍ୱାର ଗାଁରେ ଯୌତୁକ ଜନିତ କଳହକୁ କେନ୍ଦ୍ର କରି ଜଣେ ନୃଶଂସ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ହାତ ବାନ୍ଧି ପୋଖରୀକୁ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ