
ଦେବଗଡ଼:ହର ଘର ତ୍ରିରଙ୍ଗା ଅଭିଯାନ ଅବସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି।ଉପଜିଲ୍ଲାପାଳଙ୍କ କାର୍ଯାଳୟ ଠାରୁ ଇଣ୍ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ଏହି ରାଲିକୁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି,ଅତିରିକ୍ତ ଏସପି ଧିରଜ ଚୋପଦାର,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ପ୍ରଶାନ୍ତ ବେହେରା,ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲିରେ ଅଂଶଗ୍ରହଣକାରୀମାନେ ଜାତୀୟ ପତାକା ବାଇକ୍ରେ ଧରି ଦେଶପ୍ରେମର ନାରା ଦେଇ ନଗର ପରିକ୍ରମା କରି ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିଥିଲେ। ଏଥିରେ ଜିଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ, ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ।








