
ଦେବଗଡ଼:ଦେବଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ(ଏନପିଏସ) ସାଙ୍ଗଠନିକ ଓ କର୍ମକର୍ତ୍ତା ବୈଠକ ସ୍ଥାନୀୟ ହାତୀଶାଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ତ୍ରିନାଥ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂଘର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା। ଏହାପରେ ସଂଘ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ତ୍ରିନାଥ ଖୁଣ୍ଟିଆ ପୁନର୍ବାର ସଭାପତି ଭାବେ ଚୟନ ହୋଇଥିବାବେଳେ ବସନ୍ତ ସୁନା ଉପସଭାପତି,ମେଘନାଦ ରଣଜିତ ସାଧାରଣ ସମ୍ପାଦକ, କାହ୍ନୁଚରଣ ବେହେରା ସହ ସମ୍ପାଦକ, ଫଣୀନ୍ଦ୍ର ଧଳ କୋଷାଧ୍ୟକ୍ଷ,ମାନସ ରଞ୍ଜନ ବେହେରା ମିଡିଆ ସଂଯୋଜକ, ଉପଦେଷ୍ଟା ଭାବେ ଅଶୋକ ସାହୁ, ଅଞ୍ଜନ ପ୍ରଧାନ,ଭକ୍ତବନ୍ଧୁ ବସନ୍ତରାୟ,ଧିରେନ ସାହୁ,ଧରଣୀଧର ନାୟକ,ସତ୍ୟାନନ୍ଦ ବେହେରା ଓ ଛତୁ କଲେତଙ୍କୁ ସର୍ବସମ୍ମତି ମନୋନୀତ କରାଯାଇଥିଲା।ବୈଠକରେ ରିଆମାଳ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୀଳାଞ୍ଚଳ ବେହେରା,ତିଲେଇବଣି ବ୍ଲକ ସଭାପତି ଶରତ ଚନ୍ଦ୍ର ନାୟକ,ଗୋବର୍ଦ୍ଧନ ବିଶାଳ,ବସନ୍ତ ବେହେରା,ଅଜିତ ପ୍ରଧାନ, ପ୍ରସନ୍ନ ପ୍ରଧାନ,ପ୍ରିୟମ୍ବଦା ନାୟକ, ପ୍ରଶାନ୍ତ ବେହେରା,ବାରକୋଟ ବ୍ଲକ ସଭାପତି ଫଗୁ ପାତ୍ର, ସଂପାଦକ ଯୁଦୁମଣି ବେହେରାଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।




