
ଦେବଗଡ଼:ବାରକୋଟ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ କବୀନ୍ଦ୍ର ସାହୁ ଯୋଗଦେଇ ୩୭ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଅଭିଯୋଗ ମଧ୍ୟରେ ୨୪ଟି ବ୍ୟକ୍ତିଗତ ଏବଂ ୧୩ଟି ସାମୁହିକ ଅଭିଯୋଗ ରହିଥିଲା।ଜନସାଧାରଣ ସୁଭଦ୍ରା ଟଙ୍କା,ପିଇବା ପାଣି,ସହାୟତା ପ୍ରଦାନ ଓ ଜମିର ପଟ୍ଟା ସଂଶୋଧନ ତଥା ବିଭିନ୍ନ ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଶିବିରରେ ଏସପି କିଶୋର ଚନ୍ଦ୍ର ମୁଣ୍ଡ,ଡିଏଫଓ ମିସ୍ ରଶ୍ମି ଜୀ ,ଉପଜିଲ୍ଲାପାଳ ପରିକ୍ଷିତ ସାହୁ,ଜିଲ୍ଲାପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଦିଲୀପ ପ୍ରଧାନ,ଡେପୁଟୀ କଲେକ୍ଟର ଅଞ୍ଜୁନୀକୁଜୁର,ବାରକୋଟ ବ୍ଲକ ବିଡିଓ ସୂର୍ଯ୍ୟକାନ୍ତ ବରିହା, ବାରକୋଟ ତହସିଲଦାର ରବୀନ୍ଦ୍ର ସାମଲ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।




