ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ମନୋଜ ପାଢ଼ୀ ଗିରଫ

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (SCERT)ର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ମଙ୍ଗଳବାର ଗିରଫ କରିଛି କ୍ରାଇମବ୍ରାଞ୍ଚ। ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଛି।
କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ବାର୍ତ୍ତାରେ କୁହାଯାଇଛି ଯେ ମନୋଜ କୁମାର ପାଢ଼ୀ ଶିକ୍ଷକ ଶିକ୍ଷା (TE) ଏବଂ ଏସସିଇଆରଟି (SCERT) ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ସମୟରେ ତାଙ୍କୁ ଜାତୀୟ ଶିକ୍ଷା ନୀତି (NEP-2020) ଅଧୀନରେ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାର ସାମଗ୍ରିକ ତତ୍ତ୍ୱାବଧାନ, ସମନ୍ୱୟ, ଅନୁଧ୍ୟାନ ଓ ଅନୁମୋଦନ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ସେ ସାଧୁତାର ସହିତ ନିଜର ସରକାରୀ କର୍ତ୍ତବ୍ୟ ସଠିକ୍ ଭାବେ ସମ୍ପାଦନ କରିବାରେ ବିଫଳ ହୋଇଥିଲେ। ପାଠ୍ୟପୁସ୍ତକଗୁଡ଼ିକର ତଥ୍ୟଗତ, ବୈଜ୍ଞାନିକ, ଭୌଗୋଳିକ, ଅନୁବାଦ ଏବଂ ଚିତ୍ରାତ୍ମକ ବିଷୟବସ୍ତୁଗୁଡ଼ିକର ସଠିକ୍ ଯାଞ୍ଚ ନକରି ମୁଦ୍ରଣ ପାଇଁ ପ୍ରସ୍ତୁତ ପାଣ୍ଡୁଲିପି (ପ୍ରିଣ୍ଟ-ରେଡି ମାନ୍ୟୁସ୍କ୍ରିପ୍ଟ) କୁ ଜାଣିଶୁଣି ଅନୁମୋଦନ କରିବା ସହ ପ୍ରକାଶନ ପାଇଁ ପଠାଇଥିଲେ, ଯାହାକି ଏକ ଅପରାଧିକ ଅବହେଳା ଅଟେ। ତାଙ୍କର ଏଭଳି କାର୍ଯ୍ୟ ଏବଂ ତ୍ରୁଟି ଯୋଗୁ ଭୁଲ୍ ତଥ୍ୟ ଥିବା ପାଠ୍ୟପୁସ୍ତକଗୁଡ଼ିକ ପ୍ରକାଶିତ ହୋଇଥିଲା ଓ ସେଗୁଡ଼ିକୁ ବଣ୍ଟନ କରାଯାଇଥିଲା। ଏହାଦ୍ୱାରା ରାଜ୍ୟ କୋଷାଗାରକୁ ପ୍ରାୟ ୧୭୫ କୋଟି ଟଙ୍କାର ଅଯଥା କ୍ଷତି ସହିବାକୁ ପଡ଼ିଥିଲା।ପ୍ରାଥମିକ ତଦନ୍ତରୁ ମନୋଜ ପାଢ଼ୀଙ୍କ ବିରୋଧରେ ମିଳିଥିବା ପ୍ରମାଣ ଆଧାରରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ର ଧାରା ୩୧(୫), ୨୦୧, ୬୧(୨) ଏବଂ ୩(୫)ରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ ବିଧିବଦ୍ଧ ଭାବେ ମାମଲା ରୁଜୁ କରାଯାଇଥିଲା। ଏସସିଇଆରଟିର ନିର୍ଦ୍ଦେଶକ ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ