ମହାପ୍ରଭୁ ଟାହିଆ ନଥିବା ଶୂନ୍ୟ ମସ୍ତକରେ ରଥାରୂଢ଼

ପୁରୀ: ଆନନ୍ଦ ବଜାର ଗୁମୁଟରୁ ଚୁଙ୍କିଲେନି ମହାପ୍ରଭୁ । ସେବାୟତମାନେ ଯେତେ ବଳ ଲଗାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଧାଡ଼ି ପହଣ୍ଡିରେ ଆଗକୁ ଆଣିବା ନିମନ୍ତେ ଚେଷ୍ଟା କରିଥିଲେ ସବୁ ଫେଲ୍ ମାରିଥିଲା । ବହୁବଳୀମାନଙ୍କ ପତିଆରା ଚୁନା ହୋଇଗଲା । ୪୦ ମିନିଟ୍ ଧରି ମହାପ୍ରଭୁ ବାଇଶି ପାହାଚକୁ ସଂଯୋଗ କରୁଥିବା ଆନନ୍ଦ ବଜାର ଗୁମୁଟ ଭିତରେ ଅଟକି ଯାଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ ମହାପ୍ରଭୁଙ୍କୁ ପହଣ୍ଡି କରୁଥିବା ସେବାୟତମାନେ ମହାପ୍ରଭୁଙ୍କ ଭାର ବି ସହିପାରିନଥିଲେ । ମହାପ୍ରଭୁ ଆନନ୍ଦ ବଜାର ଗୁମୁଟ ଲୁହା ଗ୍ରୀଲ୍ ଉପରକୁ ଢଳି ପଡ଼ିଥିଲେ । ଗ୍ରୀଲ୍ ଉପରେ ମହାପ୍ରଭୁ ଢଳି ପଡ଼ିବାରୁ ତାଙ୍କ ମଥାରେ ଝଟକୁ ଥିବା ସୁଦୃଶ୍ୟ ଟାହିଆ ଗ୍ରୀଲ୍ ସହ ମାଡ଼ ହୋଇ ନଷ୍ଟ ହୋଇଯାଇଥିଲା । ଗୁରୁବାର ଶ୍ରୀଗୁଣ୍ଡିଚାରେ ଏହି ଅଘଟଣ ସମସ୍ତଙ୍କୁ ଚକିତ କରିଥିଲା ।
ମହାପ୍ରଭୁଙ୍କୁ ରୁଷ୍ଟ ଦେଖି ପହଣ୍ଡି କରୁଥିବା ସେବାୟତମାନେ ତାଙ୍କ ଶରଣ ପଶିଥିଲେ । ସବୁ ଭୁଲ କ୍ଷମା କରି ମହାପ୍ରଭୁ ରଥାରୂଢ଼ ହୁଅନ୍ତୁ ବୋଲି ନିବେଦନ କରିଥିଲେ । ପରେ ମହାପ୍ରଭୁ ରୋଷ ଭୁଲି ଆଗକୁ ବଢ଼ିଥିଲେ। ହେଲେ ସେବାୟତମାନେ ମହାପ୍ରଭୁଙ୍କୁ ବାଇଶିପାହାଚ ଦେଇ ସିଂହଦ୍ୱାର ଗୁମୁଟରେ ପହଣ୍ଡି କରାଇ ପହଞ୍ଚିବା ବେଳକୁ ପ୍ରାୟ ଘଣ୍ଟାଏ ଲାଗିଥିଲା । ମହାପ୍ରଭୁ ବାରମ୍ବାର ବାମ ପାଶ୍ୱର୍କୁ ଢଳି ପଡ଼ିଥିଲେ ।
ସିଂହଦ୍ୱାର ପାର୍ ହେବା ପରେ ମହାପ୍ରଭୁଙ୍କ ଗତି ବଢ଼ିଥିଲା । ମହାପ୍ରଭୁ ଶୀଘ୍ର ପହଣ୍ଡି ହୋଇ ରଥ ଚଢ଼ିଥିଲେ । ହେଲେ ମହାପ୍ରଭୁଙ୍କ ରୁନ୍ଧା କାର୍ଯ୍ୟ ସମାପନରେ ଖୁବ୍ ଅଧିକ ସମୟ ଲାଗିଥିଲା । ସିଂହଦ୍ୱାର ଦେଇ ମହାପ୍ରଭୁ ବଡ଼ଦାଣ୍ଡରେ ପହଞ୍ଚିବା ବେଳକୁ ମହାପ୍ରଭୁଙ୍କ ମୁଣ୍ଡରେ ଟାହିଆ କାହିଁକି ନାହିଁ ଓ ଏହା କୁଆଡ଼େ ଗଲା ତାହାକୁ ନେଇ ଚହଳ ପଡ଼ି ଯାଇଥିଲା । ପରେ ପ୍ରକୃତ କାରଣ ଜଣାପଡ଼ିଥିଲା । ଆନନ୍ଦ ବଜାର ଗୁମୁଟଠାରେ ମହାପ୍ରଭୁଙ୍କ ଟାହିଆ ଭାଙ୍ଗି ଯିବା ପରେ ସେବାୟତମାନେ ଏହାକୁ କାଢ଼ି ଦେଇଥିଲେ । ଫଳରେ ମହାପ୍ରଭୁ ଟାହିଆ ନଥିବା ଶୂନ୍ୟ ମସ୍ତକରେ ରଥାରୂଢ଼ ହୋଇଥିଲେ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ