ଜଗନ୍ନାଥଙ୍କ ପହଣ୍ଡି ସମୟର ଭିଡିଓ ଭାଇରାଲ

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ପୁଣି ତ୍ରୁଟି। ଶ୍ରୀମନ୍ଦିର ଭିତରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସମୟର ଭିଡିଓ ଭାଇରାଲ। ମୋବାଇଲ୍, କ୍ୟାମେରା ଧରି ପଶିଲେ, ଜଗା ଭିଡିଓ ଭାଇରାଲ୍ କଲେ। ପ୍ରଶାସନର ସବୁ ପ୍ରସ୍ତୁତି ଚୁଲିକୁ ଗଲା। ଯେତେ ଜଗିଲେ ବି ଅଟକାଇ ପାରିଲେନି ଅମାନିଆଙ୍କୁ। ରଥଯାତ୍ରା ଦିନ ଶ୍ରୀମନ୍ଦିର ଭିତରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବେଳର ଦୃଶ୍ୟ ଭାଇରାଲ୍ ହୋଇଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଭିଡିଓ ଭାଇରାଲ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି। ସେପଟେ ରଥଯାତ୍ରା ପାଇଁ ପୁରୀରେ ୧୯ ଜଣ ଆଇପିଏସ୍, ୧୩ ହଜାର ପୁଲିସ କର୍ମୀ, ପ୍ଲାଟୁନ ଫୋର୍ସ, ଏନଏସଜି କମାଣ୍ଡୋ, ଆଣ୍ଟି ଡ୍ରୋନ୍ ସ୍କ୍ଵାର୍ଡ ମୁତୟନ ସତ୍ତ୍ଵେ ଜଗା ସୁରକ୍ଷାରେ କେମିତି ଏତେ ବଡ଼ ତ୍ରୁଟି ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଖାଲି ସେତିକି ନୁହେଁ, ରଥ କର୍ଡନ ଭିତରେ ବିନା କଡର୍ନ ପାସ୍ଧାରୀଙ୍କୁ ପୂରାଇଲା ପୁଲିସ। ଶ୍ରୀଗୁଣ୍ଡିଚା ଯାତ୍ରା ବେଳେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍ ଦେଇ ରଥ ନିକଟକୁ ବହୁ ସଂଖ୍ୟକ ବିନା କର୍ଡନଧାରୀ ବ୍ୟକ୍ତିଙ୍କୁ ପୁଲିସ ଛାଡ଼ିଥିଲା । କଡର୍ନ ଧରିଥିବା ବ୍ୟକ୍ତିଙ୍କୁ ଏହି ଗେଟ୍ରେ ପୁଲିସ ଅଧିକାରୀମାନେ ଅଟକାଇଥିଲେ । ଛାଡ଼ିବେନି ବୋଲି କହିଥିଲେ । ହେଲେ ନିଜ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଆସିଥିବା ବିନା କର୍ଡନଧାରୀଙ୍କୁ ଏଠାରେ ମୁତୟନ ଅଧିକାରୀମାନେ ଛାଡ଼ିଥିଲେ । ଇନର କର୍ଡନ ଭିତରେ ବିନା ପାସ୍ଧାରୀ ନପୂରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ଵେ ଏହାକୁ ଖାତିର କରିନାହାନ୍ତି କେତେକ ପୁଲିସ ଅଧିକାରୀ । ଫଳରେ ରଥ ନିକଟରେ ବହୁ ବିନା କର୍ଡନ ପାସ୍ଧାରୀ ପହଞ୍ଚି ପାରିଥିଲେ । ଯାହା ଇନର କର୍ଡନରେ ପ୍ରବଳ ଭିଡ଼ ସୃଷ୍ଟି ହୋଇଥିଲା । ସେହିପରି ରଥ ପଛପାର୍ଶ୍ୱ ପ୍ଲାଷ୍ଟିକ୍ ବ୍ୟାରିକେଡ୍ ପେଲି ବହୁ ସଂଖ୍ୟକ ଶ୍ରଦ୍ଧାଳୁ ରଥ ଇନର କର୍ଡନ ଭିତକୁ ପଶି ଆସିଥିଲେ । ଶ୍ରୀଗୁଣ୍ଡିଚା ଯାତ୍ରାର ମଧ୍ୟାହ୍ନ ସମୟରେ ଏହି ଅଘଟଣ ଘଟିଥିଲା । ଭାଗ୍ୟକୁ ବଡ଼ ଦଳାଚକଟା ହୋଇନଥିଲା । ଭିଡ଼କୁ ରୋକିବାରେ ପ୍ରଶାସନ ପଦକ୍ଷେପରେ ବ୍ୟାପକ ଘଳିଆ ରଥଯାତ୍ରା ଭିଡ଼ ନିୟନ୍ତ୍ରଣରେ ବିଶୃଙ୍ଖଳା ସୃଷ୍ଟି କରିଥିଲା ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ