ମରିଚିକୋଟ ଛକଠାରେ ଦଳାଚକଟା: ୨ ମୃତ

ପୁରୀ: ସରକାର ଓ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ସତ୍ତେ୍ୱ ରଥଯାତ୍ରାରେ ବଡ଼ ଅଘଟଣ । ବଡ଼ଦାଣ୍ଡ ସ୍ଥିତି ମରିଚିକୋଟ ଛକଠାରେ ଦଳାଚକଟାରେ ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଆଉ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କଟକ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି । ମୃତ ୨ ଶ୍ରଦ୍ଧାଳୁ ହେଲେ କଟକ ଶିର୍ଲେ।ନବଗ୍ର।ମର ଅନିଲ ଦାସ(୩୬) ଏବଂ ମହାରାଷ୍ଟ୍ରର ଅଶୋକ ରାୟକର (୬୦) । ଅଶୋକ ୩ ଜଣ ବନ୍ଧୁଙ୍କ ସହ ରଥ ଯାତ୍ରା ଦେଖିବାକୁ ଆସିଥିଲେ । ଗୁରୁତର ଥିବା ୨ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ବର୍ଷା ପାଗ ସତ୍ତେ୍ୱ ଭିଡ଼ ନିୟନ୍ତ୍ରଣ ଠିକ୍‌ ଭାବରେ ହୋଇ ନ ପାରିବାରୁ ରଥଟଣା ପୂର୍ବରୁ ୨୦୦ରୁ ଅଧିକ ଶ୍ରଦ୍ଧାଳୁ ଭିଡ଼ରେ ଅଣନିଃଶ୍ୱାସୀ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଅଧିକାଂଶ ଶ୍ରଦ୍ଧାଳୁ ଚାଲି ଯାଇଥିଲେ ।
ଅପରାହ୍ଣ ପାଖାପାଖି ୨ଟା । ହଠାତ୍‌ ବଡ଼ଦାଣ୍ଡ ମରିଚିକୋଟ ଛକ ନିକଟରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏତେ ଜୋର୍‌ରେ ଠେଲାପେଲା ହେଲା ଯେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । ଶ୍ରଦ୍ଧାଳୁଙ୍କ ଉପରେ ଶ୍ରଦ୍ଧାଳୁ ଲଦି ହୋଇ ପଡ଼ିଥିଲେ । ଦଳାଚକଟାରେ ୧୦ ଜଣ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ତଳେ ପଡ଼ିରହିଥିଲେ । ସେମାନଙ୍କୁ ଅନ୍ୟ ଶ୍ରଦ୍ଧାଳୁ ଓ ସ୍ୱେଚ୍ଛାସେବୀ ଉଦ୍ଧାର କରିଥିଲେ । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଅନିଲର ଛାତି ଉପରେ ଚାପ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପଶ୍ଚିମବଙ୍ଗ ଶ୍ରଦ୍ଧାଳୁଙ୍କ କାନମୁଣ୍ଡା ପିଚୁରାସ୍ତାରେ ଚାପି ହୋଇ ରକ୍ତ ବାହାରିଥିଲା । ଉଭୟଙ୍କୁ ଆମ୍ବୁଲାନ୍ସରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଦୁଇ ଗୁରୁତରଙ୍କୁ ଏସ୍‌ସିବି ଟ୍ରମା କାଜୁଆଲଟିରେ ଚିକିତ୍ସା କରାଯାଉଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ । ଆହତ ବ୍ୟକ୍ତିଙ୍କ ବୟସ ୫୫ ବର୍ଷ ହେବ । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି । ସେହିପରି ଅନ୍ୟ ମହିଳା ଶ୍ରଦ୍ଧାଳୁଙ୍କ ପେଟ ଓ ଛାତିରେ ଆଘାତ ଲାଗିଥିବା ଖବର ମିଳିଛି । ସମ୍ପୃକ୍ତ ଶ୍ରଦ୍ଧାଳୁଙ୍କୁ ଅର୍ଥୋପେଡିକ୍‌, ସର୍ଜରୀ ବିଭାଗର ଡାକ୍ତର ଚିକିତ୍ସା କରୁଛନ୍ତି । ଚିକିତ୍ସାଧୀନ ରୋଗୀଙ୍କ ନାଁ, ଗାଁ, ଠିକଣା ଜଣାପଡ଼ିନାହିଁ । ସେମାନେ କଥାବର୍ତ୍ତା କରୁଥିଲେ ହେଁ ଟିକେଟ୍‌ କାଉଣ୍ଟର୍‌ରେ ନାଁ ରେଜିଷ୍ଟ୍ରେସନ୍‌ ସମୟରେ ଅଜଣା ଲୋକ ବୋଲି ଉଲ୍ଲେଖ କରାଯିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂଆକୋଠାରେ ଅସ୍ଥାୟୀ ଭାବେ ଜାରି ରହିଥିବା ଚିକିତ୍ସାସ୍ଥଳରେ ପହଞ୍ଚି ଅଘଟଣକୁ ଚପାଇବାକୁ ଉଦ୍ୟମ କରିଥିଲେ । ୨ଟି ଶବକୁ ୱାର୍ଡରେ ଲୁଚାଇ ରଖାଯାଇଥିଲା । ପୁଲିସ ଉକ୍ତ ୱାର୍ଡକୁ ସମ୍ପୂର୍ଣ୍ଣ ସିଲ୍‌ କରି ରଖିଥିଲା । ଚିକିତ୍ସାଳୟ ପରିସରକୁ କାହାରିକୁ ଛଡ଼ାଯାଇ ନ ଥିଲା । ହେଲେ ଦଳାଚକଟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶାସନ ଅଘଟଣରେ ଦୁଇ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଥିଲା ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ