
ଦେବଗଡ଼: ଦେବଗଡ଼ ପୌରାଚଂଳରେ ଆଜି ଦିନସାରା ପ୍ରବଳ ବର୍ଷା ହୋଇଥିଲା।ଯାହା ଫଳରେ ପୌରାଚଂଳର ୯ ନମ୍ବର ୱାର୍ଡ ନୀଳବେର୍ଣ୍ଣୀ ସାହିରେ ତ୍ରୁଟିପୂର୍ଣ୍ଣ ଡ୍ରେନ ନିର୍ମାଣ ଯୋଗୁଁ ବର୍ଷା ପାଣି ନିଷ୍କାସନ ହୋଇ ନପାରି ଲୋକମାନଙ୍କ ଘରକୁ ପଶିଥିଲା।ଏହା ସହିତ ରାସ୍ତା ଉପରେ ଅତ୍ୟଧିକ ପାଣି ବୋହୁଥିବାବେଳେ ଏକ ପ୍ରକାର କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା। ଫଳରେ ଉକ୍ତ ରାସ୍ତାରେ ବେଶ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।ଯାହାକୁ କେନ୍ଦ୍ର କରି ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିଥିଲେ।ସୂଚନାପାଇ ପୌର ନିର୍ବାହୀ ଅଧିକାରୀ କଳିଙ୍ଗ ଆଶିଷ ଶତପଥି ଘଟଣାସ୍ଥଳରେ ପଂହଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।ତୁରନ୍ତ ଡ୍ରେନ୍ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।




