ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ମୃତ୍ୟୁସଂଖ୍ୟା 5

ଭୁବନେଶ୍ବର: ଲଗାଣ ବର୍ଷା ପରେ ଉତ୍ତର ଓ ଉପକୂଳ ଓଡ଼ିଶାର ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ଯାଜପୁରରେ କାଣୀ ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ବେଳେ, ଆନନ୍ଦପୁର ରିଂ ରୋଡ୍ ବାମପାର୍ଶ୍ୱ ବନ୍ଧରେ ମଧ୍ୟ ୨୦ ମିଟରର ଘାଇ ସୃଷ୍ଟି ହୋଇଛି । ରାଜ୍ୟରେ ବନ୍ୟାରେ ମୃତ୍ୟୁସଂଖ୍ୟା 5କୁ ଛୁଇଁଛି । ସେପଟେ ଛତିଶଗଡ଼ ଉପରେ ଥିବା ଗଭୀର ଅବପାତ ପଶ୍ଚିମ ଦିଗକୁ ଗତି କରୁଥିବାରୁ ବର୍ଷାର ପ୍ରଭାବ ସାମାନ୍ୟ ହ୍ରାସ ପାଇବା ସମ୍ଭାବନା ରହିଛି । ତଥାପି ଦକ୍ଷିଣ-ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା ଜାରି କରିଛି ପାଣିପାଗ ବିଭାଗ-ଆଇଏମଡି ।
ମହାନଦୀରେ କଟକ ନରାଜ ଓ ମୁଣ୍ଡୁଳୀରେ ଜଳସ୍ତର ବୃଦ୍ଧି ପାଉଛି । ବୈତରଣୀ ନଦୀ ଭଦ୍ରକ ଆଖୁଆପଦା ଓ ଜଳକା ନଦୀ ବାଲେଶ୍ବର ମଥାନୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୫୪ ଫୁଟରେ ପହଞ୍ଚିଥିବା ବେଳେ, ୨ଟି ଗେଟ ଦେଇ ବନ୍ୟା ପାଣି ନିଷ୍କାସନ କରାଯାଉଛି । ବାଲେଶ୍ୱରରେ ୬୫୪ଟି, ମୟୂରଭଞ୍ଜରେ ୨୬୯ଟି ଓ କେନ୍ଦୁଝରରେ ୨୧୬ଟି ଘର କ୍ଷତିଗ୍ରସ୍ତ ହୋଇଛି । ଯାଜପୁର ଦଶରଥପୁର ବ୍ଲକ ପଟଣା ନିକଟରେ କାଣି ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ବେଳେ କେନ୍ଦୁଝର ଆନନ୍ଦପୁର ରିଂ ରୋଡ଼ ନିକଟରେ ମଧ୍ୟ ବାମପାର୍ଶ୍ୱ ବନ୍ଧରେ ୨୦ ମିଟରର ଘାଇ ସୃଷ୍ଟି ହୋଇଛି ।
ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଭଦ୍ରକ ଜିଲ୍ଲା । ସେଠାରେ ୪ ଲକ୍ଷ ୧୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୯୯ ହଜାର ୨୪୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଜିଲ୍ଲାରେ ୨୨୮ଟି ରିଲିଫ କ୍ୟାମ୍ପ ଖୋଲା ଯାଇଛି । ବାଲେଶ୍ୱରରେ ୧ ଲକ୍ଷ ୪୬ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୮ ହଜାର ୨୩୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଯାଜପୁର ଜିଲ୍ଲାରେ ୨୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ, ୨୦ ହଜାର ୫୪୪ ଜଣଙ୍କୁ ଉଦ୍ଧାର କରାଯାଇଛି । ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ଆଉ ଏକ ବଢି 5ରେ ପହଞ୍ଚିଛି । ଯାଜପୁରରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ସ୍ପଷ୍ଟ ହୋଇଛି । ଗତକାଲି (ବୁଧବାର) ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ଘଟିଥିଲା ।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ସକାଳ ୬ ସୁଦ୍ଧା ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟରେ ଅତି ପ୍ରବଳ ବର୍ଷା ଏବଂ ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା ଓ ମାଲକାନଗିରିରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ବର୍ଷା ୫୮.୯ ମିଲିମିଟର ରେକର୍ଡ ହୋଇଥିବା ବେଳେ, ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ହୋଇଛି । ଜୁଲାଇ ମାସରେ ରାଜ୍ୟର ମୋଟ ବର୍ଷା ସ୍ୱାଭାବିକଠାରୁ ୯୭.୧ ପ୍ରତିଶତ ଅଧିକ ରହିଛି ।
ବନ୍ୟା ସ୍ଥିତିର ମୁକାବିଲା ପାଇଁ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବରିଷ୍ଠ ଅଧିକାରୀ ମୁତୟନ ହୋଇଛନ୍ତି । ରାଜ୍ୟରେ ମୋଟ ୧୪ଟି ODRAF, ୬ଟି NDRF ଓ ୧୦୩ଟି ଅଗ୍ନିଶମ ବାହିନୀ ଟିମ୍ ସମେତ ୧୨୩ଟି ଉଦ୍ଧାରକାରୀ ଟିମ ମୁତୟନ ରହିଛନ୍ତି । ଜିଲ୍ଲା ପ୍ରଶାସନକୁ ସତର୍କ ରହିବା ସହ ଜଳବନ୍ଦୀ ଅଞ୍ଚଳ, ତଳିଆ ଅଞ୍ଚଳ ଏବଂ ସହରାଞ୍ଚଳରେ ଜଳ ନିଷ୍କାସନ ଉପରେ ବିଶେଷ ନଜର ରଖିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ୨୪ ଘଣ୍ଟା ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ବର୍ତ୍ତମାନ ରାଜ୍ୟର ସାମଗ୍ରିକ ପରିସ୍ଥିତି ସ୍ୱାଭାବିକ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଓଡ୍ରାଫ୍, ଏନଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀ ଦ୍ଵାରା ପ୍ରଭାବିତ ଜିଲ୍ଲାମାନଙ୍କରେ ଆବଶ୍ୟକ ଉଦ୍ଧାର ତଥା ସ୍ଥାନାନ୍ତରଣ କାର୍ଯ୍ୟ ଅବ୍ୟାହତ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମିତ ଜିଲ୍ଲାପ୍ରଶାସନ ସହ ସମନ୍ଵୟ ରକ୍ଷା କରି ଜନସାଧାରଣଙ୍କ ପ୍ରତିଟି ଅସୁବିଧା ତଥା ସମସ୍ୟାକୁ ଗୁରୁତ୍ଵର ସହ ବିଚାର କରି ତୁରନ୍ତ ସହଯୋଗ ପ୍ରଦାନ କରାଯାଉଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ସ୍ୱତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ସାମ୍ପ୍ରତିକ ପରିସ୍ଥିତିର ସୁବ୍ୟବସ୍ଥିତ ମୁକାବିଲା ନିମିତ୍ତ ନିରନ୍ତର ଉଦ୍ୟମରତ ରହିଛି ।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ