‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଯୋଜନାର ଗାଇଡଲାଇନରେ ସଂଶୋଧନ

ଭୁବନେଶ୍ଵର : ଦିବ୍ୟାଙ୍ଗଙ୍କ ପାଇଁ ବଡ଼ ଖବର, ବଦଳିଲା ଗାଇଡଲାଇନ୍। ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରର ଦିବ୍ୟାଙ୍ଗଙ୍କୁ ମିଳିବ ମାଗଣା ଉପକରଣ ଓ ଶିକ୍ଷାବୃତ୍ତି। ପୂର୍ବରୁ ୨ ଲକ୍ଷ ୪୦ ହଜାର ଆୟ ଥିବା ପରିବାରଙ୍କୁ ଯୋଜନାର ଫାଇଦା ମିଳୁଥିଲା। ରାଜ୍ୟ ସରକାର ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଯୋଜନାର ଗାଇଡଲାଇନରେ ସଂଶୋଧନ କରିଛନ୍ତି। ପରିବାରର ବାର୍ଷିକ ଆୟ ସୀମାକୁ ବୃଦ୍ଧି କରାଯାଇଛି। ଯେଉଁ ପରିବାରର ବାର୍ଷିକ ଆୟ ୫ଲକ୍ଷରୁ ୧୦ଲକ୍ଷ ଟଙ୍କା ମଧ୍ୟରେ ଥିବ ସେମାନଙ୍କୁ ଭିନ୍ନକ୍ଷମ ଉପକରଣର ମୋଟ ମୂଲ୍ୟର ମାତ୍ର ୨୫ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ। ସେହିପରି ୧୦ଲକ୍ଷରୁ ଅଧିକ ବାର୍ଷିକ ଆୟ ଥିବା ପରିବାରଗୁଡ଼ିକୁ ମୋଟ ଖର୍ଚ୍ଚର ୫୦ ପ୍ରତିଶତ ବହନ କରିବାକୁ ହେବ ବୋଲି ଉଲ୍ଲେଖ ରହିଛି।

ପୂର୍ବରୁ ବାର୍ଷିକ ୨ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରକୁ ସମ୍ପୂର୍ଣ୍ଣ ମାଗଣାରେ ଓ ଏହାଠୁ ଅଧିକ ଥିବା ପରିବାରକୁ ୫୦ ପ୍ରତିଶତ ରିହାତି ମୂଲ୍ୟରେ ଭିନ୍ନକ୍ଷମ ସହାୟକ ଉପକରଣ ଯୋଗାଇ ଦିଆଯାଉଥିଲା। ସେହିପରି ଶିକ୍ଷା ବୃତ୍ତିରେ ଦଶମ ଶ୍ରେଣୀ ପରବର୍ତ୍ତୀ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଭିନ୍ନକ୍ଷମମାନଙ୍କ ସନ୍ତାନଙ୍କ ପାଇଁ ପୂର୍ବରୁ ପରିବାରର ବାର୍ଷିକ ଆୟ ସୀମା ୨.୪୦ଲକ୍ଷ ଟଙ୍କାରୁ କମ୍ ରହିଥିଲା। ଏବେ ସେହି ଆୟସୀମାକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ