
ବଲାଙ୍ଗୀର :ରାତିରେ ଶୋଇଥିବା ବେଳେ ହାତୀ ଆକ୍ରମଣ। ଗୋଟିଏ ପରିବାରର ୪ ଗୁରୁତର। ବଲାଙ୍ଗୀର ଜିଲ୍ଲା ମୁରିବାହଲ ଥାନା ସରଗୁଲ ଗାଁରେ ହାତୀ ଆତଙ୍କ। ରାତିରେ ଶୋଇଥିବା ବେଳେ ଗାଁରେ ପଶିଥିଲେ ୧୫ ଟିକିଆ ହାତୀ ପଲ। ଆକ୍ରମଣରେ ଗାଁର ଲିଙ୍ଗରାଜ ଭୋଇ ତାଙ୍କ ସ୍ତ୍ରୀ ଏବଂ ଦୁଇ ଛୁଆ ଗୁରୁତର ହୋଇଥିଲେ।
ସେମାନଙ୍କୁ ପ୍ରଥମେ ପଟଣାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୨ ବର୍ଷ ହେଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳୁଛି। ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀ ଓ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିଲା।




