
କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ବୋଲି ପୋଲିସ କହିଛି । ଗତକାଲି ରାତିରେ ମଦନପୁର ରାମପୁର ଥାନା ଡମ୍ କର୍ଲାଖୁଣ୍ଟା ଗାଁର ବିଜେପି ନେତା ଫକୀର ରଣାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ଦୁର୍ବୃତ୍ତ । ଫକୀର ସ୍ଥାନୀୟ ସରପଞ୍ଚ ସ୍ନିଗଧା ରଣାଙ୍କ ସ୍ବାମୀ ।
ଗତକାଲି ରାତିରେ ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ଆଗରେ ଅଜଣା ଦୁର୍ବୃତ୍ତ ତାଙ୍କୁ ଛୁରୀ ଭୁସି ଫେରାର୍ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଫକୀରଙ୍କୁ ମଦନପୁର ରାମପୁର ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।




