୧୨,୫୭୨ ଭୋଟର ଅଯୋଗ୍ୟ ଘୋଷିତ

ଭୁବନେଶ୍ବର : ରାଜ୍ୟରେ ଭୋଟର୍‌ ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲିଛି। ତ୍ରୁଟି ପାଇଁ ମୋଟ ୫୮ଲକ୍ଷ ୩୬ହଜାର ୪୩୦ଜଣ ଭୋଟରଙ୍କ ନାମରେ ନୋଟିସ୍‌ ଜାରି ହୋଇଛି। ସେଥିମଧ୍ୟରୁ ୫୭ଲକ୍ଷ ୭୭ହଜାର ୫୬୫ଜଣ ଭୋଟରଙ୍କୁ ସଫଳତାର ସହ ନୋଟିସ୍‌ ପ୍ରଦାନ କରାଯାଇସାରିଛି। ଅନ୍ୟପଟେ, ଆଜି ସୁଦ୍ଧା ନୋଟିସ୍‌ ପାଇଥିବା ଭୋଟର୍‌ଙ୍କ ମଧ୍ୟରୁ ୩୦ଲକ୍ଷ ୧୧ ହଜାର ୫୮୭ ଜଣଙ୍କର ଶୁଣାଣି କାର୍ଯ୍ୟ ଶେଷ ହୋଇଛି। ଏବେ ସୁଦ୍ଧା ନୋଟିସ୍‌ ପ୍ରଦାନ କରାଯାଇଥିବା ଭୋଟର୍‌ମାନଙ୍କ ଆବଶ୍ୟକ ତଥ୍ୟ ଅଭାବରୁ ୧୨ ହଜାର ୫୭୨ ଜଣ ଭୋଟର୍‌ଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ନୂତନ ନାମ ପଞ୍ଜୀକରଣ ପାଇଁ ଫର୍ମ-୬ ଜରିଆରେ ୧,୮୧,୭୭୦ଜଣ ଆବେଦନ କରିଛନ୍ତି। ଭୋଟର୍‌ ତାଲିକାରୁ ଗୋଟିଏ ସ୍ଥାନରେ ନାମ ରଖି ଅନ୍ୟ
ସ୍ଥାନରେ ନାମ ହଟାଇବା ପାଇଁ ଫର୍ମ-୭ରେ ୩୭,୨୬୫ଟି ଆବେଦନ ଦାଖଲ ହୋଇଛି। ଭୋଟର୍‌ଙ୍କ ନାମ, ଠିକଣା କିମ୍ବା ଅନ୍ୟାନ୍ୟ ସଂଶୋଧନ ଓ ପରିବାରର ସଦସ୍ୟଙ୍କ ନାମ ଏକତ୍ର ଗୋଟିଏ ସ୍ଥାନରେ ରଖିବା ପାଇଁ ଫର୍ମ-୮ରେ ୧,୬୩,୪୨୪ଜଣ ଭୋଟର ଆବେଦନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାର ପାଟକୁରା ନିର୍ବାଚନମଣ୍ଡଳୀ ଓ ଅନୁଗୋଳ ଜିଲାର ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଶତପ୍ରତିଶତ ନୋଟିସ୍‌ ପ୍ରଦାନ କରି ତାହାର ଶତପ୍ରତିଶତ ଶୁଣାଣି ଶେଷ କରି ସର୍ବାଗ୍ରେ ରହିଛନ୍ତି। ସୂଚନାଯୋଗ୍ୟ, ସମସ୍ତ ଯୋଗ୍ୟ ନାଗରିକମାନଙ୍କୁ ଅଗଷ୍ଟ ୧୯ ମଧ୍ୟରେ ନିଜର ଦାବି କିମ୍ବା ଆପତ୍ତି ଆବେଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍‌ ଗୋପାଳନ ନିବେଦନ କରିଛନ୍ତି।

  • Related Posts

    ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତନ ଉଦ୍ୟମ ନେଇ ସାମ୍ବାଦିକ ସଂଘର ବିରୋଧ

    ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ୱାଦିକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ “ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ରହିଛି । ହେଲେ ଏବେ ରାଜ୍ୟ ସରକାର ଏଥିରେ ପରିବର୍ତ୍ତନ କରିବାକୁ ମସୁଧା କରୁଛନ୍ତି । ସାମ୍ବାଦିକଙ୍କ ପାଇଁ ଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା…

    Continue reading
    ଭୁବନେଶ୍ୱରରେ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦଘାଟିତ

    ଭୁବନେଶ୍ବର: ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଆୟୋଜିତ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ଗୁରୁବାର ଅନୁଷ୍ଠିତ ହୋଇଛି । ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶିକ୍ଷାମନ୍ତ୍ରୀ ଓ ପ୍ରତିନିଧିମାନେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ସହଯୋଗ, ନବସୃଜନ ଓ ସ୍ଥାୟୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ