
ଦେବଗଡ଼:ଦେବଗଡ ଥାନାର କଣ୍ଢଳ ଗ୍ରାମ ନିକଟରେ ଆଜି ବଲେରୋ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି।ମୃତକ ହେଲେ ଭାଟସିଂ ଗ୍ରାମର ଜିତେନ୍ଦ୍ର ଧଳ। ସୂଚନା ଅନୁଯାୟୀ, ଜିତେନ୍ଦ୍ର ଆଜି ନିଜର ବାଇକ (ଓଆର ୧୫ କେ ୭୫୫୦) ଯୋଗେ କୌଣସି କାମରେ କଣ୍ଢଳ ଗ୍ରାମକୁ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ବଲେରୋ(ଓଡି ୨୮ ବି ୪୨୨୨) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଜିତେନ୍ଦ୍ର ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଜିତେନ୍ଦ୍ରକୁ ମୃତ ଘୋଷଣା କରିଥିଲେ। ସୂଚନାପାଇ ଦେବଗଡ ଥାନା ପୁଲିସ ମୃତ ଦେହକୁ ଜବତ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଜିତେନ୍ଦ୍ର ଗୌଡସୁଗୁଡା ନୋଡାଲ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।




