ଜୋରରେ ଭାସିଗଲେ ଦୁଇ ଭାଇ; ଜଣେ ନିଖୋଜ ଓ ଜଣେ ଉଦ୍ଧାର

ଅନୁଗୋଳ: ଅନୁଗୋଳ ଜିଲା ଟିପିରିସିଙ୍ଗା ମନ୍ଦିର ନିକଟରୁ ଦୁଇଭାଇ ଜୋରରୁ ପାଣି ଉଠାଇଥିବା ବେଳେ ଭାସିଯାଇ ଜଣେ ନିଖୋଜ ଥିବା ବେଳେ ଜଣେ ଉଦ୍ଧାର ହୋଇଛି। ସୁଚନା ମୁତାବକ ଆଜି ଶ୍ରାବଣ ମାସ ଦ୍ବିତୀୟ ପାଳି ପାଇଁ କାଉଡ଼ିଆମାନେ ଶୈବପୀଠକୁ ପୂଜାର୍ଚ୍ଚନା କରି ପାଣି ଉଠାଉଥିବା ବେଳେ ଆଗରୁ ଡେରେଜାଙ୍ଗ ଡ୍ୟାମରୁ ରାତି ୧୨ଟା ସମୟରେ ଜଳ ନିଷ୍କାସନ ପାଇଁ ଡ଼ାକବାଜି ଯନ୍ତ୍ରରେ ସୁଚନା ଦିଆଯାଇଥିଲା କିନ୍ତୁ ଅନୁଗୋଳ ବେନ୍ତପୁର ଗ୍ରାମର ସୁଧିର ରଥଙ୍କ ପୁଅ ସୁମିତସୈରବ ରଥ (୧୬)ଓ ତାଙ୍କ ଦଦାପୁଅ ରୁଚିର କୁମାର ରଥଙ୍କ ପୁଅ ଆୟୁଷ କୁମାର ରଥ (୧୬) ଉଭୟ ଟିପିରିସିଙ୍ଗା ଗ୍ରାମର ଶିବ ମନ୍ଦିର ନିକଟ ଜୋରରୁ ପାଣି ଉଠାଉଥିବା ବେଳେ ହଠାତ୍ ପାଣି ମାଡି ଆସିଥିଲା ଯାହା ଫଳରେ ଦୁଇ ଭାଇ ପାଣିରେ ଭାସି ଯାଇ ଥିଲେ ସେଠାରୁ ଦୁଇ କିଲୋମିଟର ଦୂରରେ ସୁମିତସୈରବଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଓ ଆୟୁଷଙ୍କର ଏପର୍ଯ୍ୟନ୍ତ ପତା ମିଳି ପାରିନାହିଁ। ଉଦ୍ଧାର କାର୍ଯ୍ୟରେ ଅନୁଗୋଳ ଦମକଳବାହିନୀ ନିୟୋଜିତ ରହିଛନ୍ତି।

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ