
ଦେବଗଡ଼:ଦେବଗଡ କଲେଜସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆଜି ସାର୍ବଜନୀନ ଗଣେଶ ମେଳା କମିଟିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ରାଜ କିଶୋର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୁରାତନ ପଞ୍ଜିକୃତ ସଭ୍ୟଙ୍କ ସହ ନୂତନ ସଭ୍ୟଙ୍କୁ ସ୍ବାଗତ କରାଯାଇଥିଲ। ଏହାସହିତ କମିଟିର ଆୟ ବୃଦ୍ଧି ସଂପର୍କରେ ଆଲୋଚନା କରାଯାଇଥିଲା। ଆଇନପରାମର୍ଶଦାତା ମନୋଜ ପାଢୀ ଓ ବିଭୂତି ଗଙ୍ଗଦେବ ମଞ୍ଚ ପରିଚାଳନା କରିଥିଲେ। ବୈଠକରେ ପୂର୍ବ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ,ପୂର୍ବ ସଭାପତି ସୁଶୀଲ କପରଦାର,ଉମାଶଙ୍କର ସାହୁ, ସିଦ୍ଧାର୍ଥ ଗୁରୁ, ଶମ୍ଭୁନାଥ ଗୋଏଲ କମିଟିର ବିଭିନ୍ନ ସମସ୍ୟା ଓ ନୂତନ ମନ୍ଦିର ନିର୍ମାଣ ସଂପର୍କରେ ମତାମତ ଦେଇଥିଲେ। ଏହାପରେ ଶ୍ରୀ ପାଢୀଙ୍କ ସଂଯୋଜନାରେ ଚଳିତ ବର୍ଷ ପାଇଁ ନୂତନ କମିଟି ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା। ରାଜକିଶୋର ଦାଶ ସଭାପତି, ପ୍ରଦ୍ୟୁମ୍ନ ଆଚାର୍ଯ୍ୟ ସାଧାରଣ ସଂପାଦକ, ଶିବଶଙ୍କର ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା।କମିଟିର ଅନ୍ୟ ପଦବି ପାଇଁ ସଭାପତିଙ୍କ ଅନୁମୋଦନ ପରେ ଘୋଷଣା କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବୈଠକରେ ପ୍ରଦୀପ ଅମାତ, ଗୋପାଲ ଅଗ୍ରୱାଲ, ଦିଲିପ ବେହେରା, କିଶୋର ଚନ୍ଦ୍ର ଦାସ, ସୁବାସ ଚନ୍ଦ୍ର ମୋଦି, ସେମ ହେମ୍ରମ,ମଞ୍ଜୁଳ ନାୟକ, ପ୍ରଦ୍ୟୁମ୍ନ ବେହେରା, ଗୌରିଶଙ୍କର ସୋମାନୀ, ସୁରଞ୍ଜିତ ମହାପାତ୍ର,ସୁଶୀଲ ଭୋଇ,ବାଦଲ ବ୍ରିନେଦ,ଦେବାଶିଷ କର,ଶଙ୍କର୍ଷଣ ମହାପାତ୍ର,ସୁବାସ ଚନ୍ଦ୍ର ଭୋଇଙ୍କ ସମେତ କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ।




