କ୍ୟାବିନେଟ୍‌ : ଯଶୋଦା, ଆଶୀର୍ବାଦ ପାଇଁ ୨୯୭ କୋଟି

ଭୁବନେଶ୍ବର: ‌ମହିଳା ଓ ଶିଶୁବିକାଶ ବିଭାଗ ଅଧୀନରେ ‘ଯଶୋଦା’ ଯୋଜନା ଏବଂ ଏହାର ଉପଯୋଜନା ‘ଆଶୀର୍ବାଦ’ ଚାଲୁ ରହିବ। ଏଥି ପାଇଁ ଚଳିତ ଆର୍ଥିକ ବର୍ଷରୁ ୨୦୩୦-୩୧ ଆର୍ଥିକ ବର୍ଷ ଯାଏଁ ୨୯୬.୯୯ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବ‌ରେ କ୍ୟାବିନେଟ୍‌ ମୋହର ବାଜିଛି। ବାପା-ମା’ ଛେଉଣ୍ଡ ପିଲାଙ୍କୁ ମାର୍ଚ୍ଚ ମାସରୁ ସହାୟତା ରାଶି ମିଳୁ ନଥିବାରୁ ସରକାର ସମାଲୋଚିତ ହୋଇଥିଲେ। ଆଜିର ନିଷ୍ପତ୍ତି ପରେ ଏହି ଅଚଳାବସ୍ଥା ଦୂର ହେବ ବୋଲି ଆଶା ସଞ୍ଚାର ହୋଇଛି।

ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ୧୦ଟି ପ୍ରସ୍ତାବ ପାରିତ ହୋଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେଇଥିଲେ। ‘ଯଶୋଦା’ ‌ଯୋଜନା ଅଧୀନରେ କଠିନ ପରିସ୍ଥିତିରେ ଥିବା ଶିଶୁମାନଙ୍କ ସୁରକ୍ଷା, ଯତ୍ନ, ପୁନର୍ବାସ, ସର୍ବାଙ୍ଗୀନ ବିକାଶ ପାଇଁ ବୈଷୟିକ ଶିକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ, ବୃତ୍ତି, ସୁକନ୍ୟା ସମୃଦ୍ଧି ସହାୟତା, ବିବାହ ପାଇଁ ସହାୟତା, ଅନାଥ ଶିଶୁମାନଙ୍କ ସାମୟିକ ସର୍ଭେ ଏବଂ ଅନାଥ ପ୍ରମାଣପତ୍ର ପ୍ରଦାନର ବ୍ୟବସ୍ଥା କରାଯାଇଛି। ଆଶୀର୍ବାଦ ଯୋଜନା ଯଶୋଦା ଅଧୀନ‌ରେ ଥିବା ଉପଯୋଜନା ଭାବେ କାର୍ଯ୍ୟକାରୀ ହେଉଛି। କୋଭିଡ ମହାମାରୀ ସମୟରେ ଉଭୟ କିମ୍ବା ପରିବାରର ଏକମାତ୍ର ରୋଜଗାରିଆ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଡିବିଟି ମାଧ୍ୟମରେ ମାସିକ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସମନ୍ବିତ ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଇଥିଲା। ମହିଳା ଓ ଶିଶୁବିକାଶ ବିଭାଗ ଏହାକୁ କାର୍ଯ୍ୟକାରୀ କରୁଛି।
‘ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ’ ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ ହୋଇଛି। ଏହାସହିତ ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା ପ୍ରାକ୍-ସ୍କୁଲ୍‌ ପିଲାମାନଙ୍କ ପାଇଁ ପୋଷାକ, ଜୋତା, ମୋଜା ଓ ସ୍ବେଟରର ୟୁନିଟ୍‌ ମୂଲ୍ୟରେ ସଂଶୋଧନ କରାଯାଇଛି। ପିଲାମାନଙ୍କ ପାଇଁ ଅତିରିକ୍ତ ଗୋଟିଏ ହଳ ମୋଜା ବ୍ୟବସ୍ଥା କରାଯାଇଛି। ସଂଶୋଧିତ ମୂଲ୍ୟ ଅନୁଯାୟୀ ପ୍ରାକ୍‌ ବିଦ୍ୟାଳୟ ବାଳକଙ୍କୁ ହଳ ପିଛା ୧୭୫ ଟଙ୍କା ମୂଲ୍ୟରେ ଦୁଇହଳ ପୋଷାକ, ବାଳିକାଙ୍କୁ ହଳ ପିଛା ୨୨୫ ଟଙ୍କା ହିସାବରେ ଦୁଇହଳ ପୋଷାକ ଯୋଗାଇ ଦିଆଯିବ। ପ୍ରତ୍ୟେକ ପିଲାଙ୍କୁ ୧୮୦ ଟଙ୍କାରେ ଗୋଟିଏ ହଳ ଜୋତା ଓ ଦୁଇହଳ ମୋଜା, ୨୦୦ ଟଙ୍କା ମୂଲ୍ୟରେ ସ୍ବେଟର ଯୋଗାଇ ଦିଆଯିବ। ଏହି ଯୋଜନାରେ ରାଜ୍ୟରେ ପ୍ରତି ବର୍ଷ ପ୍ରାୟ ୧୪.୭୬ ଲକ୍ଷ ପ୍ରାକ୍‌ ବିଦ୍ୟାଳୟ ପିଲା (୩ରୁ ୬ ବର୍ଷ) ଉପକୃତ ହେବେ। ପାଞ୍ଚ ବର୍ଷରେ ସରକାର ୫୮୬ କୋଟି ୫୦ ଲକ୍ଷ ୭୫ ହଜାର ୪୮୦ ଟଙ୍କା ଖର୍ଚ୍ଚ କରିବେ। ଏହା ଦ୍ବାରା ଅଙ୍ଗନବାଡ଼ି କେନ୍ଦ୍ରରେ ଶୈଶବ ଯତ୍ନ ଓ ଶିକ୍ଷା ବ୍ୟବସ୍ଥା ଦୃଢ଼ ହେବା ସହ ନାମଲେଖା ଏବଂ ନିୟମିତ ଉପସ୍ଥାନକୁ ଉନ୍ନତ କରିବ।

  • Related Posts

    ନାବାଳିକାଙ୍କୁ ଗଣଦୁଷ୍କର୍ମ , ଦୁଇ ନାବାଳକଙ୍କୁ ଧରିଲା ପୁଲିସ

    କଟକ : କଟକର ବାଦାମବାଡ଼ିରେ ଏକ ଲଜ୍ଜାଜନକ କାଣ୍ଡ ଘଟିଛି । ଜଣେ ନାବାଳିକାଙ୍କୁ ଦୁଇ ଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ବାଦାମବାଡ଼ି ଥାନାରେ ମାମଲା ରୁଜୁ ପରେ ପୁଲିସ ଦୁଇ…

    Continue reading
    ପ୍ରବଳରୁ ଅତି ପ୍ରବଳ ବର୍ଷା: ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ

    ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ ଦିଲ୍ଲୀସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତା ୧୪ରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ