
ଦେବଗଡ଼:ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଜି ବାରକୋଟ ବ୍ଲକର ବସାଲଇ ପଞ୍ଚାୟତ କାର୍ଯ୍ୟାଳୟରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ସମାଜ ମଙ୍ଗଳକାରୀ ଯୋଜନା ଏବଂ ରାଷ୍ଟ୍ରୀୟ ଆଇନ୍ ସେବା ପ୍ରାଧିକରଣ ଦ୍ୱାରା ପ୍ରଚଳିତ ସମ୍ବାଦ ଯୋଜନା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ସୃଜନ ସାରସ୍ୱତ, ସରପଞ୍ଚ ତେଜସ୍ୱିନୀ ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର,ରିମାଣ୍ଡ ଆଡଭୋକେଟ୍ ଜୟନ୍ତ କିଶୋର ମହାନ୍ତି,ବାରକୋଟ୍ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଜନ ସାହୁ,ପିଇଓ ରୁକ୍ମଣ ନାଏକ ଉପସ୍ଥିତ ରହି ନିଜ ବିଭାଗର ବିଭିନ୍ନ ସମାଜ ମଙ୍ଗଳକାରୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ପାରାଲିଗାଲ ସ୍ୱେଚ୍ଛାସେବୀ ମନୋଜ ସାମଲ ସହଯୋଗ କରିଥିଲେ।




