ତ୍ରିରଙ୍ଗା ତଳେ ଏକତାର ବାର୍ତ୍ତା, ରାଇକିଆରେ ଦେଶପ୍ରେମର ଯାତ୍ରା”

ରାଇକିଆ: ଭାରତ ସରକାର ଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଏବଂ ଦେଶପ୍ରେମ ଓ ଜାତୀୟତାର ଭାବନାକୁ ଉଜ୍ଜୀବିତ କରି ରାଇକିଆରେ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ରାଇକିଆ ବ୍ଲକ ଭାଜପା ପକ୍ଷରୁ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରାରେ ବିଭିନ୍ନ ବର୍ଗର ଲୋକଙ୍କ ସମେତ ଛାତ୍ରଛାତ୍ରୀ ଓ ମହିଳାମାନେ ବିପୁଳ ଉତ୍ସାହର ସହ ସାମିଲ ହୋଇଥିଲେ।
ଚୂନପଲ୍ଲୀ ଛକଠାରୁ ଶତାଧିକ ଲୋକ ହାତରେ ଜାତୀୟ ପତାକା ଧରି ଏହି ଯାତ୍ରାରେ ସାମିଲ ହୋଇଥିଲେ। ତ୍ରିରଙ୍ଗା ପତାକାରେ ସଜ୍ଜିତ ହୋଇଥିବା ଶୋଭାଯାତ୍ରା ଚୂନପଲ୍ଲୀ ଛକରୁ ବାହାରି ରାଇକିଆ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଯାତ୍ରା ସମୟରେ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ପ୍ରଚାର କରାଯାଇଥିଲା। ସମଗ୍ର ଅଞ୍ଚଳରେ ଦେଶଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ଏହି ତ୍ରିରଙ୍ଗା ଯାତ୍ରାରେ ରାଇକିଆ ସରସ୍ୱତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀ, ଜୀବନ ଜ୍ୟୋତି ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସୁଧାକିରଣ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ସିଆର୍‌ପିମାନେ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନେ ହାତରେ ତ୍ରିରଙ୍ଗା ଧରି ଦେଶପ୍ରେମର ଭାବନା ପ୍ରକାଶ କରିଥିବା ବେଳେ ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣ ଯାତ୍ରାକୁ ଆହୁରି ଆକର୍ଷଣୀୟ କରିଥିଲା।କାର୍ଯ୍ୟକ୍ରମରେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ସବ୍ୟସାଚୀ ସାହୁ, ରାଇକିଆ ଥାନାଭାରପ୍ରାପ୍ତ ଅଧିକାରିଣୀ ଏ ସ୍ଵର୍ଣ୍ଣଲତା ପାତ୍ର,ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷାଶ୍ରୀମତୀ ରୀନା ପ୍ରଧାନ, ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ,ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ଜୀବନ ଜ୍ୟୋତି ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥ,ଅଧ୍ୟାପକ ସନ୍ତୋଷ କୁମାର ନାୟକ,ଜିପିଡିଓ ମହେଶ ପଟ୍ଟନାୟକ, ଉପସଭାପତି ଶ୍ରୀମତୀ ଝୁଲିମା ଦଳବେହେରା,ଜିଲ୍ଲା ଭାଜପା କୋଷାଧ୍ୟକ୍ଷ କୈଳାଶ ଚନ୍ଦ୍ର ପଣ୍ଡା,ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ କୁମାର ପାତ୍ର, ମଣ୍ଡଳ ସାଧାରଣ ସମ୍ପାଦକ ସନକ ଦିଗାଳ,ରାଇକିଆ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଧରଣୀଧର କଂହର, ଅରୁଣ କୁମାର ପଣ୍ଡା,ଜିତେନ୍ଦ୍ର ମଲ୍ଲିକ, ରଜତ ଘଡ଼େଇଙ୍କ ସମେତ ବହୁ ଭାଜପା କାର୍ଯ୍ୟକର୍ତ୍ତା ଜୀବନ ଜ୍ୟୋତି ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ, ସରସ୍ବତୀ ଶିଶୁମନ୍ଦିର ର ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ।ଯାତ୍ରାରେ ଯୋଗଦେଇଥିବା ଅଂଶଗ୍ରହଣକାରୀମାନେ ହାତରେ ତ୍ରିରଙ୍ଗା ଧରି ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ବୀର ସହିଦମାନଙ୍କୁ ସ୍ମରଣ କରିଥିଲେ। ଦେଶର ସ୍ୱାଧୀନତା ପାଇଁ ଅନେକ ବୀର ଯେଉଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି, ତାହାକୁ ସ୍ମରଣ କରି ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ଦେଶର ଏକତା ଓ ଅଖଣ୍ଡତାର ଭାବନାକୁ ମଜବୁତ କରିବା ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା.
ଚୂନପଲ୍ଲୀ ଛକରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ତ୍ରିରଙ୍ଗାର ଲହରୀ ମଧ୍ୟରେ ଆୟୋଜିତ ଏହି ଯାତ୍ରା ରାଇକିଆବାସୀଙ୍କ ମଧ୍ୟରେ ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ଆହୁରି ଦୃଢ଼ କରିଥିଲା।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ଆଜି ଆଣ୍ଡାମାନ ସାଗରରେ ପହଞ୍ଚିବ ଘୂର୍ଣ୍ଣିବଳୟ

    ଭୁବନେଶ୍ବର: ଥାଇଲାଣ୍ଡ ଉପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ଶନିବାର ମାଲାକ୍କା ସମୁଦ୍ର ସନ୍ଧି ପ୍ରଣାଳୀ ଉପରେ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି। ଆଜି ଏହି ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗର ଅଞ୍ଚଳରେ…

    Continue reading
    ରାଇକିଆ ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ କର୍ମଶାଳା

    ଶିଶୁର ସର୍ବାଙ୍ଗୀଣ ବିକାଶରେ ମାଆର ଭୂମିକା ଗୁରୁତ୍ୱପୂର୍ଣ୍ଣ ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ସବିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କର୍ମଶାଳାରେ ଶିଶୁଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ