ସୁଧାକିରଣ ମହାବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ: ଛାତ୍ରୀଛାତ୍ରଙ୍କୁ ଭବିଷ୍ୟତ ଗଢ଼ିବାର ମାର୍ଗଦର୍ଶନ

ରାଇକିଆ:କନ୍ଧମାଳ ଜିଲ୍ଲା ରାଇକିଆ ସ୍ଥିତ ସୁଧାକିରଣ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ମୁଖ୍ୟଅତିଥି ଭାବେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଜେନେରାଲ ମ୍ୟାନେଜର ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଭବିଷ୍ୟତ ପାଇଁ ଉପଯୁକ୍ତ କ୍ୟାରିୟର ଚୟନ, ନେତୃତ୍ୱ ଦକ୍ଷତା ଓ ବ୍ୟକ୍ତିତ୍ୱର ବିକାଶ ଉପରେ ମାର୍ଗଦର୍ଶନ ଦେଇଥିଲେ। ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରି ନିଷ୍ଠା, ଶୃଙ୍ଖଳା ଓ ନିରନ୍ତର ପରିଶ୍ରମ ମାଧ୍ୟମରେ ଆଗକୁ ବଢ଼ିଲେ ଛାତ୍ରୀଛାତ୍ରମାନେ ନିଜର ଭବିଷ୍ୟତକୁ ସୁଦୃଢ଼ କରିପାରିବେ ବୋଲି ସେ କହିଥିଲେ।
ସମ୍ମାନିତ ଅତିଥି ଭାବେ ଶଙ୍କରାଖୋଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନ, ଫୁଲବାଣୀ ବ୍ୟାଙ୍କ ମ୍ୟାନେଜର ମନୋଜ କୁମାର ପତ୍ରୀ, ଯୁକ୍ତଦୁଇ ଅଧ୍ୟକ୍ଷ ଡ଼ଃ ଶ୍ୟାମସୁନ୍ଦର ଡାଙ୍ଗୁଆ ଓ ଅଧ୍ୟାପକ ଡ଼ଃ ସନ୍ତୋଷ କୁମାର ନାୟକ ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମରେ ଅଧ୍ୟାପକ ଆଲୋକ ପରିଚ୍ଛା, ନୀଳାଞ୍ଚଳ ସାହୁ, ଧର୍ମେନ୍ଦ୍ର ଦିଗାଲ, ବିଭୂଷଣ ପ୍ରଧାନ, ବାଦଲ ନାୟକ, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ବେହେରା, ଜେ. ବିଜୟଲକ୍ଷ୍ମୀ ଦୋରାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇଥିଲେ.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

    ଭୁବନେଶ୍ୱର: ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତର ରାଜସ୍ୱ ନିରୀକ୍ଷକ (RI) ସୁରଜବାଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା…

    Continue reading
    ସୁପ୍ରିମକୋର୍ଟ​‌ରେ ଡିଜିପି ନିଯୁକ୍ତି ମାମଲା : ପକ୍ଷ ରଖିଲେ ଓଡିଶା ସରକାର

    ଭୁବନେଶ୍ବର: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ମଙ୍ଗଳବାର ଶୁଣାଣି ହୋଇଥିଲା। ଏଥିରେ ଓଡିଶା ସରକାର ନିଜ ପକ୍ଷ ରଖିଛନ୍ତି। ତେବେ ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।ଓଡିଶାରେ ଡିଜିପି ଚୟନକୁ ନେଇ ଆପତ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ