କଂଗ୍ରେସ ତୁଷ୍ଟୀକରଣ ରାଜନୀତିରେ ମାତିଛି :ଶାହ

ଦେଶର ଜାତୀୟ ଗୀତ ବନ୍ଦେ ମାତରମ ଗାନକୁ ନେଇ ବିବାଦ। ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମର ୬ଟି ଷ୍ଟାଞ୍ଜା ଗାନ କରିବାକୁ ସରକାର କରିଥିବା ନିୟମକୁ ମାନିବାକୁ ମନା କରି ଦେଇଛି କଂଗ୍ରେସ। ୬ ଷ୍ଟାଞ୍ଜା ବଦଳରେ କଂଗ୍ରେସ ୧୯୩୭ରେ ଅନୁମୋଦନ ପ୍ରାପ୍ତ ବନ୍ଦେ ମାତରମର କେବଳ ପ୍ରମୁଖ ୨ଟି ଷ୍ଟାଞ୍ଜା ଗାନ କରିବାକୁ ନିଷ୍ପତ୍ତି ନେଇଛି।ବାସ୍‌ ଏହାକୁ ନେଇ ଆଜି କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। କଂଗ୍ରେସ ତୁଷ୍ଟୀକରଣ ରାଜନୀତିରେ ମାତିଛି ଓ ଭାରତର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଲୋକଙ୍କୁ ଅପମାନିତ କରୁଛି। କଂଗ୍ରେସ ପୁଣି ବିଭାଜନର ତ୍ରୁଟିକୁ ଦୋହରାଉଥିବା ଅମିତ ଶାହ ଅଭିଯୋଗ କରିଛନ୍ତି। ଅମିତ ଶାହ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ୧୯୩୭ରେ ବନ୍ଦେ ମାତରମକୁ ଦୁଇ ଭାଗରେ ବିଭକ୍ତ କରିଥିଲା। ମୁସଲିମ ତୁଷ୍ଟୀକରଣ ପାଇଁ କଂଗ୍ରେସ ଏପରି କରିଥିବାରୁ ଭାରତ ବିଭାଜନର ମୂଳଦୁଆ ପଡ଼ିଥିଲା ବୋଲି ମଧ୍ୟ ସେ କହିବାକୁ ପଛାଇ ନାହାନ୍ତି।
ସେ କହିଛନ୍ତି, “ମୁଁ ସମଗ୍ର ଦେଶକୁ ମନେ ପକାଇ ଦେବାକୁ ଚାହୁଁଛି ଯେ ୧୯୩୭ରେ ମୁସଲିମ ତୁଷ୍ଟୀକରଣ ପାଇଁ ବନ୍ଦେ ମାତରମକୁ ଦୁଇ ଭାଗରେ ବିଭକ୍ତ କରାଯାଇ ଥିଲା। ଏହା ହିଁ ଦେଶ ବିଭାଜନର ମୂଳଦୁଆ ପକାଇଥିଲା ଓ ଦୁଇ ରାଷ୍ଟ୍ର ଥିଓରୀକୁ ମୁଜବୁତ କରିଥିଲା। ଏହାପରେ ଦେଶ ବିଭାଜନ ହୋଇଥିଲା ଓ ପାକିସ୍ତାନ ଜନ୍ମ ନେଇଥିଲା।” କଂଗ୍ରେସ ୱାର୍କିଂ କମିଟି ବୁଧବାର ନିଷ୍ପତ୍ତି ହୋଇଛି ଯେ ଦଳର ସମସ୍ତ କାର୍ଯ୍ୟକ୍ରମରେ ବନ୍ଦେ ମାତରମର ୨ଟି ଷ୍ଟାଞ୍ଜା ଗାନ କରାଯିବ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଅମିତ ଶାହ କହିଛନ୍ତି ଯେ ବନ୍ଦେ ମାତରମର ୧୫୦ତମ ବର୍ଷ ପୂର୍ତ୍ତିରେ ନରେନ୍ଦ୍ର ମୋଦି ସରକାର ଐତିହାସିକ ଭୁଲକୁ ସୁଧାରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ଜାତୀୟ ଗୀତକୁ ସଂପୂର୍ଣ୍ଣ ଗାନ କରା ଯାଉଛି। ଏଥିସହ ଜାତୀୟ ଏକତାକୁ ମଧ୍ୟ ମଜବୁତ କରିବାକୁ ସରକାର ଚାହୁଁଛନ୍ତି। ଶାହଙ୍କ କହିବା କଥା ଯେ ସରକାର ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଗୀତ ଗାନ କରିବାକୁ ନେଇଥିବା ନିଷ୍ପତ୍ତିକୁ ଆଇନଗତ ସୁରକ୍ଷା ଦିଆଯାଇଛି। ହେଲେ କଂଗ୍ରେସ ଏହାକୁ ଅଣଦେଖା କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି।ସେ ଆହୁରି କହିଛନ୍ତି ଯେ କଂଗ୍ରେସର ଏହି ନିଷ୍ପତ୍ତି କେବଳ ଓ କେବଳ ଏହାର ଚରମ ତୁଷ୍ଟୀକରଣ ନୀତିକୁ ସ୍ପଷ୍ଟ କରୁଛି। ଦଳ ଏପରି କରି କେବଳ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଅମର ସୃଷ୍ଟିକୁ ଅପମାନ କରୁନାହିଁ, ବରଂ ଦେଶ ପାଇଁ ନିଜ ଜୀବନର ବଳିଦାନ ଦେଇଥିବା ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ଅପମାନିତ କରୁଛି। ଅନେକ ସ୍ୱାଧୀନତା ସଂଗ୍ରାମୀ ବନ୍ଦେ ମାତରମ୍‌ ନାରା ଦେଇ ଫାଶୀ ଖୁଣ୍ଟରେ ଝୁଲିଥିଲେ। ଆଉ ଅନେକ ସ୍ୱାଧୀନତା ସଂଗ୍ରାମୀ ବର୍ଷ ବର୍ଷ ଧରି ଜେଲ୍‌ରେ ରହି ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ।କଂଗ୍ରେସ ଏବେ ସଂସଦୀୟ ଆଇନକୁ ପ୍ରତ୍ୟାଖ୍ୟାନ କରି ୧୯୩୭ ମସିହାରେ ଦଳ ପକ୍ଷରୁ ପାରିତ ହୋଇଥିବା ପ୍ରସ୍ତାବକୁ ଅନୁସରଣ କରୁଛି। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ପୁଣିଥରେ ଦେଶରେ ପୂରା ଶକ୍ତିର ସହ ତୁଷ୍ଟୀକରଣ ରାଜନୀତି ଆପଣାଇଥିବା ଶାହ ଅଭିଯୋଗ କରିଛନ୍ତି।

  • Related Posts

    ବିଜୟଙ୍କୁ ଭେଟିଲେ ଅମିତ ଶାହା

    ଚେନ୍ନାଇ: ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦକ୍ଷିଣାଞ୍ଚଳ ଆଞ୍ଚଳିକ ପରିଷଦର ବୈଠକରେ ଯୋଗଦେବା ପାଇଁ ଚେନ୍ନାଇରେ ପହଞ୍ଚିଥିବା ଗୃହମନ୍ତ୍ରୀ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ବିଜୟ ସ୍ୱାଗତ କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହା…

    Continue reading
    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

    ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ସହ ସଂସଦୀୟ କ୍ଷେତ୍ରର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ନେଇ ଆଲୋଚନା କରିଛନ୍ତି । ପୂର୍ବରୁ ଦିଆଯାଇଥିବା ୧୮ଟି ପ୍ରସ୍ତାବ ମଧ୍ୟରୁ ୧୧ଟି ପ୍ରକଳ୍ପର କାର୍ଯ୍ୟ ଚାଲିଥିବାରୁ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ