MURDER ଛୁରା ମାଡରେ ବାପା ମୃତ,ପୁଅ ଗୁରୁତର

ଦେବଗଡ଼:ସାମାନ୍ୟ ବଚସାକୁ କେନ୍ଦ୍ର କରି ଦେବଗଡ଼ ଜିଲ୍ଲା ବାରକୋଟ ଥାନାର ଗୌଡସୁଗୁଡ଼ା ଗ୍ରାମରେ ଆଜି ଯୁବକର ଛୁରା ମାଡରେ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତକ ହେଲେ ଗୌଡସୁଗୁଡା ଗ୍ରାମର ଗୌତମ ସାହୁ ଏବଂ ତାଙ୍କ ପୁଅ ଟିକେଶ୍ବର ସାହୁ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଗୌଡସୁଗୁଡା ଗ୍ରାମରେ ଏକ ମଣ୍ଡପ ଘରର ନିର୍ମାଣକାର୍ଯ୍ୟ ଚାଲିଥିଲା।ମୃତକ ଗୌତମ ଏକ ପାଣି ଟ୍ୟାଙ୍କର ନେଇ ଯାଉଥିବା ବେଳେ ବାଟରେ ଗୋରୁ ବନ୍ଧା ଯାଇଥିବାରୁ ଯିବାରେ ସମସ୍ୟା ଦେଖା ଦେଇଥିଲା। ତେବେ ଅଭିଯୁକ୍ତ ବିଜୟ ନାୟକକୁ ଗୋରୁ ହଟାଇବା ପାଇଁ କହିବାରୁ ଏହାକୁ ନେଇ ଉଭୟଙ୍କ ଭିତରେ ବଚସା ସୃଷ୍ଟି ହୋଇଥିଲା। କିଛି ସମୟ ପରେ ଗୌତମଙ୍କ ପୁଅ ଟିକେଶ୍ବର ମଧ୍ୟ ଘଟଣା ସ୍ଥଳକୁ ଆସିଥିଲେ। ମାତ୍ର ବିଜୟ ଉତକ୍ଷିପ୍ତ ହୋଇ ଏକ ଛୁରି ଆଣି ବାପ ପୁଅଙ୍କୁ ଆକ୍ରମଣ କରିଥିଲା। ଗୌତମଙ୍କ ପେଟରେ ଛୁରୀ ବାଜି ଥିବାବେଳେ ପୁଅ ଟିକେଶ୍ବରଙ୍କ ପିଠିରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ବାପା ପୁଅଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଗୌତମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏଥିସହ ଗୁରୁତର ଆହତ ହୋଇଥିବା ଟିକେଶ୍ବରଙ୍କ ଅବସ୍ଥାସଂଙ୍କଟାପନ୍ନ ଥିବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନାପାଇ ବାରକୋଟ ଥାନା ପୁଲିସ ଅଭିଯୁକ୍ତ ବିଜୟକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟପଟେ ବାରକୋଟ ଥାନା ପୁଲିସ ଶବ ଜବତ କରିବା ସହ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

  • Related Posts

    ଏଥର ଦଶହରା ପାଗ ଶୁଖିଲା

    ଭୁବନେଶ୍ବର : ମାଲାକ୍କା ସମୁଦ୍ର ସନ୍ଧି ପ୍ରଣାଳୀ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନରୁ ୯.୪କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପୀ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗର ଅଞ୍ଚଳରେ ପହଞ୍ଚିବ। ଆସନ୍ତା ୧୩ତାରିଖ…

    Continue reading
    ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା

    ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ