ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ ଦେବାକୁ ମନାକଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଇସ୍ତଫା ଦାବିନେଇ ଆନ୍ଦୋଳନ କରୁଥିବା କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକର ନେତାମାନେ ସୋମବାର ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରିବାର ଥିଲା । ଇଣ୍ଡିଆ ବ୍ଲକ ପକ୍ଷରୁ ଏ ନେଇ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ପ୍ରଧାନ ବିଚାରପତିଙ୍କଠାରୁ ସମୟ ମଗାଯାଇଥିଲା । ତେବେ ବିରୋଧୀ ନେତାଙ୍କ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ପ୍ରଧାନ ବିଚାରପତି । ପ୍ରଧାନ ପିଚାରପତିଙ୍କ କାର୍ଯ୍ୟାଳୟରୁ ଏହି ନେତାମାନଙ୍କୁ ପଠାଯାଇଥିବା ଏକ ଇ-ମେଲ୍ ଜରିଆରେ କୁହାଯାଇଛି ଯେ, ଏହି ମାମଲାଟି ଯେହେତୁ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି, ତେଣୁ ବିରୋଧୀ ନେତାମାନଙ୍କ ସହ ଏହି ପ୍ରସଙ୍ଗରେ ସାକ୍ଷାତ ଆଲୋଚନା ଆଇନତଃ ସମ୍ଭବନୁହେଁ । ଉଲ୍ଲେଖଯୋଗ୍ୟ ଯେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ ଖଡ୍‌ଗେ ପ୍ରଧାନ ବିଚାରପତିଙ୍କୁ ପତ୍ର ଲେଖି ସୋମବାର ସାକ୍ଷାତ ପାଇଁ ଅନୁମତି ମାଗିଥିଲେ ।

  • Related Posts

    ସିଜେପି ଆନ୍ଦୋଳନ: ଆଜି ଆନ୍ଦୋଳନକୁ ଓହ୍ଲାଇବ ଇଣ୍ଡି ମେଣ୍ଟ

    ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ଇଣ୍ଡି ମେଣ୍ଟ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅକ୍ଟୋବର 12 ତାରିଖରେ (ଆଜି) ସମଗ୍ର ଇଣ୍ଡି ମେଣ୍ଟ ଓ ଦେଶର…

    Continue reading
    ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ: ୯ ଭାରତୀୟ ନାବିକ ଉଦ୍ଧାର, ୨ ନିଖୋଜ

    ନୂଆଦିଲ୍ଲୀ: 11 ଜଣ ଭାରତୀୟ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ଟ୍ୟାଙ୍କର ‘ଏମ୍‌ଟି ପେଟ୍ରୋ ଡଲଫିନ’ (MT Petro Dolphin) ଉପରେ ଓମାନ ଉପକୂଳର ସୋହର ଆଙ୍କରେଜ (Sohar Anchorage)ରେ ଡ୍ରୋନ ଆକ୍ରମଣ ହୋଇଛି । ଏଥିରେ 2 ଜଣ ଭାରତୀୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ