fine for late service ସେବା ବିଳମ୍ବ କଲେ ତଣ୍ଡ ଗଣିବେ ବାବୁ

ଭୁବନେଶ୍ବର : ଜନସାଧାରଣଙ୍କୁ ସେବା ପ୍ରଦାନରେ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କୁ ବରଦାସ୍ତ କରାଯିବନି। ଓଡ଼ିଶା ଜନସେବା ଅଧିକାର ଆଇନ ୨୦୧୨ ଅନ୍ତର୍ଗତ ପ୍ରତ୍ୟେକ ସରକାରୀ ସେବା ସମ୍ପର୍କିତ ଅଭିଯୋଗର ସମାଧାନ ନ ହେଲେ ସ୍ବୟଂକୃତ ଭାବେ ତାହା ଉପରିସ୍ଥ ଅଧିକାରୀଙ୍କ ପାଖରେ ପହଞ୍ଚିବ। ସ୍ବତଃ ଆବେଦନ (ଅଟୋ ଅପିଲ୍) ବ୍ୟବସ୍ଥା ଅବହେଳା କରିଥିବା ଅଧିକାରୀଙ୍କୁ ଚିହ୍ନଟ କରିବା ସହିତ ଆବେଦନକାରୀଙ୍କୁ ଉଚିତ ସମୟରେ ସେବା ପ୍ରଦାନକୁ ସୁନିଶ୍ଚିତ କରିବ। ସେବା ପ୍ରଦାନରେ ଅବହେଳା କରିଥିବା କିମ୍ବା ଉପଯୁକ୍ତ କାରଣ ନ ଦର୍ଶାଇ ଆବେଦନକୁ ପକାଇ ରଖିଥିବା ଅଧିକାରୀଙ୍କ ଠାରୁ ପ୍ରତି ଦିନ ପିଛା ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବ। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇ ତାହାର କଡ଼ାକଡ଼ି ଅନୁପାଳନ ନିମନ୍ତେ ସମସ୍ତ ବିଭାଗର ସଚିବ ମାନଙ୍କୁ କୁହାଯାଇଛି।
ସରକାରୀ ସେବାରେ ପାରଦର୍ଶିତା, କାର୍ଯ୍ୟଦକ୍ଷତା ଓ ଉତ୍ତରଦାୟିତ୍ବ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୨୦୧୩ ମସିହାରୁ ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ସେବାକୁ ଅନଲାଇନ୍ ବ୍ୟବସ୍ଥା ସହ ଯୋଡ଼ିବା ଆରମ୍ଭ କରିଥିଲେ। ଇତିମଧ୍ୟରେ ସରକାରଙ୍କ ୩୨ଟି ବିଭାଗର ୪୪୫ ସେବାକୁ ଅନଲାଇନ୍ ପ୍ଲାଟଫର୍ମ ସହ ସଂଯୋଗ କରାଯାଇଛି। କିନ୍ତୁ ଅନେକ ଲୋକ ସରକାରୀ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଗତ ଏପ୍ରିଲ ମାସରେ ସଚିବସ୍ତରୀୟ ବୈଠକରେ ମୁଖ୍ୟ ସଚିବ କ୍ଷୋଭ ପ୍ରକାଶ କରିବା ସହ ସେବା ପ୍ରଦାନ ବ୍ୟବସ୍ଥାର ପୁନଃଅବଲୋକନ କରିବା ଏବଂ ବ୍ୟବସ୍ଥାରେ ଥିବା ତ୍ରୁଟିପୂର୍ଣ୍ଣ ତଥା ଅନାବଶ୍ୟକ ପ୍ରକ୍ରିୟାକୁ ବାଦ୍ ଦେବା ପାଇଁ କହିଥିଲେ। ଏହି କ୍ରମରେ ଅଟୋ ଅପିଲ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଯଦି ନିର୍ଦ୍ଧାରିତ ସମୟ ଭିତରେ ସରକାରୀ ସେବା ନ ମିଳିବା ନେଇ ଅଭିଯୋଗର ସମାଧାନ ହୋଇନାହିଁ, ତେବେ ତାହା ସ୍ବୟଂକୃତ ଭାବେ ସମ୍ପୃକ୍ତ ବିଭାଗର ଆପିଲେଟ୍‌ ଅଥରିଟିଙ୍କ ନିକଟରେ ପହଞ୍ଚିବ। ଏଥିରେ ସମ୍ପୃକ୍ତ ଆବେଦନକାରୀଙ୍କୁ କେବେ ସୁଦ୍ଧା ଓ କେଉଁ ସେବା ମିଳିବାର ଥିଲା, ବିଳମ୍ବର କାରଣ ଉଲ୍ଲେଖ ରହିବ। ଏଥିସହ ଆବେଦନକାରୀଙ୍କୁ ଏସ୍‌ଏମ୍‌ଏସ୍‌, ହ୍ବାଟ୍ସଆପ୍, ଇ-ମେଲ୍ ଜରିଆରେ ସୂଚନା ମିଳିବ। ଆପିଲେଟ୍‌ ଅଥିରିଟିଙ୍କ ଦ୍ବାରା ଧାର୍ଯ୍ୟ ସମୟ ଭିତରେ ସମସ୍ୟା ସମାଧାନ ନ ହେଲେ ସେହି ଅଭିଯୋଗ ଆଞ୍ଚଳିକ କର୍ତ୍ତୃପକ୍ଷ (ରିଭିଜିନାଲ ଅଥରିଟି)ଙ୍କ ନିକଟରେ ପହଞ୍ଚିବ ଏବଂ ସେ ଯଥାଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନେବେ। କେବେ ସୁଦ୍ଧା ତାଙ୍କୁ ସେବା ମିଳିବ କିମ୍ବା ତାଙ୍କ ଆବେଦନ କାହିଁକି ଖାରଜ କରାଯାଉଛି ତାହାର ପୂର୍ଣ୍ଣ ବିବରଣୀ ପ୍ରଦାନ ବାଧ୍ୟତାମୂଳକ ହେବ। ଶୁଣାଣି ସମୟରେ ଅନଲାଇନରେ ଅଭିଯୋଗକାରୀଙ୍କ ମତାମତ ଗ୍ରହଣ କରାଯିବ। ବୈଧ ମାମଲାରେ ପ୍ରତ୍ୟେକ ଦିନର ବିଳମ୍ବ ପାଇଁ ଦୈନିକ ୨୫୦ ଟଙ୍କା ଏବଂ କୌଣସି ଯୁକ୍ତିଯୁକ୍ତ କାରଣ ଦର୍ଶାଇ ନ ଥିଲେ ୫ ହଜାର ଟଙ୍କା ଜୋରିମାନା ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଆଦାୟ କରାଯିବ। ଏହି ପୂରା ପ୍ରକ୍ରିୟା ଉପରେ ବିଭାଗର ମନ୍ତ୍ରୀ ଓ ସଚିବ ବ୍ୟକ୍ତିଗତ ନଜର ରଖିପାରିବେ। ସରକାରୀ ସେବା ଧାର୍ଯ୍ୟ ସମୟ ଭିତରେ ପ୍ରଦାନ କରିବା ଲାଗି ଏସ୍‌ଓପିରେ ପ୍ରାବଧାନ ରହିଛି।

  • Related Posts

    heavy rain in odisha ଅତି ପ୍ରବଳ ବର୍ଷା : ଆଜି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

    ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଛି । ପ୍ରବଳ ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ଜଳବନ୍ଦୀ, ବନ୍ୟା, ଯାତାୟାତ ବାଧା, ଭୂସ୍ଖଳନ…

    Continue reading
    cm mohan majhi grivance ଆଜି ମୁଖ୍ୟମନ୍ତ୍ରୀଙ୍କ ୨୦ତମ ଅଭିଯୋଗ ଶୁଣାଣି

    ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୨୦ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଛି। ଅନଲାଇନରେ ପଞ୍ଜୀକରଣ କରିଥିବା ଏକ ହଜାର ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ। ମନ୍ତ୍ରୀ ସୁରେଶ ପୂଜାରୀ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଗଣେଶ ରାମ ସିଂ ଖୁଣ୍ଟିଆ ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ