
ଦେବଗଡ଼:ବାରକୋଟ ବ୍ଲକର ବମପରଡା ଗ୍ରାମରେ ପାଞ୍ଚଦିନ ଧରି ଚାଲିଥିବା ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ଗୋଳାବନ୍ଧ ଦଳ ସହିତ ଗୋପପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚରେ ଗୋଳାବନ୍ଧ ଦଳ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ଚନ୍ଦନ ସାହୁ, ସନ୍ତୋଷ ମହାକୁଳ, ସନ୍ତୋଷ ପ୍ରଧାନ ମ୍ୟାଚକୁ ପରିଚାଳନା କରିଥିଲେ। ପୁରସ୍କାର ବିତରଣି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ ମୁଖ୍ୟଅତିଥି, ବିଜୟ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। କମିଟିର ସଭାପତି ବିଭୂତିଭୂଷଣ ସାହୁ, ସମ୍ପାଦକ ଅଶୋକ ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।




