supremem court on property ସମ୍ପତ୍ତି ମାଲିକାନାର ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ

ନୂଆଦିଲ୍ଲୀ : ମ୍ୟୁଟେସନ ପ୍ରକ୍ରିୟାରେ ଜମିବାଡି ବା ସମ୍ପତ୍ତିର ରାଜସ୍ବ ରେକର୍ଡରେ ନାମ ପରବର୍ତ୍ତନ କରିବା ଦ୍ବାରା ଜଣଙ୍କର ମାଲିକାନାସ୍ବତ୍ବ ଲୋପ ହୁଏ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ସେହିପରି ମ୍ୟୁଟେସନ ଦ୍ବାରା ଜଣେ ଅନ୍ୟ ଜଣଙ୍କର ସମ୍ପତ୍ତିର ରେକର୍ଡରେ ନିଜ ନାମ ଚଢାଇ ଦେବାଦ୍ବାରା ସେ ମାଲିକାନା ହାସଲ କରି ନଥାଏ। ଦୁଇ ଭାଇଙ୍କ ମଧ୍ୟରେ ଜମିବାଡି ବିବାଦ ସମ୍ପର୍କିତ ଏକ ମାମଲା ଉପରେ ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରି ସୁପ୍ରିମକୋର୍ଟ ଏପରି ରାୟ ଦେଇଛନ୍ତି। ବିଚାରପତି ସଞ୍ଜୟ କାରୋଲ ଓ ବିଚାରପତି ଅଗଷ୍ଟାଇନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଗଷ୍ଟ ୨୦ରେ ଏହି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଜମିବାଡି ସମ୍ପର୍କିତ ରାଜସ୍ବ ରେକର୍ଡ କେବଳ ରାଜସ୍ବ ଆଦାୟ ଓ ହିସାବ ରଖିବା ଲାଗି ଉଦ୍ଦିଷ୍ଟ। ରାଜସ୍ବ ରେକର୍ଡ ଜମିବାଡି ମାଲିକାନାର ଆଇନଗତ ପ୍ରମାଣ ନୁହେଁ। ତେଣୁ ରେକର୍ଡରେ କେହି ନିଜ ନାମ ଦର୍ଜ କରି ଦେଇ ମାଲିକ ହୋଇପାରିବ ନାହିଁ କି କାହାର ନାମ ବାଦ ବା କାଟି ଦେବା ଦ୍ବାରା ​‌େ​‌ସ ମାଲିକାନାରୁ ବଞ୍ଚିତ ହୋଇପାରିବ ନାହିଁ।
ଜମି କିମ୍ବା ସମ୍ପତ୍ତିର ପ୍ରକୃତ ମାଲିକାନା କେବଳ ସିଭିଲ୍ କୋର୍ଟ ଦ୍ୱାରା ଉପଯୁକ୍ତ ପ୍ରମାଣ ଓ ଦଲିଲ୍ ଆଧାରରେ ସ୍ଥିର କରାଯାଇପାରିବ।
ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶ ଇନ୍ଦୋର ଜିଲାର କାନାଡିଆ ଗ୍ରାମରେ ୧୨.୪୧ ଏକର ଜମିକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମାଲିକାନା ବିବାଦ ଉପରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଜମିଟି ପ୍ରଥମତଃ ଭଗବାନ ସିଂହଙ୍କ ନାମରେ ରହିଥିଲା। ଭଗବାନଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ପୁଅ ରାମପ୍ରସାଦ ଓ ବାସୁଦେବ ଏହି ଜମିର ରକ୍ଷଣାବେକ୍ଷଣା କରିଥିଲେ। ରେକର୍ଡରେ ଦୁଇ ପୁଅଙ୍କ ନାମ ମଧ୍ୟ ଦର୍ଜ ହୋଇଥିଲା। ପରବର୍ତ୍ତୀ ସମୟରେ ରାମପ୍ରସାଦ ଉକ୍ତ ଜମିକୁ ପାର୍ଟିସନ (ଭାଗବଣ୍ଟା) ପାଇଁ ଭାଇ ବାସୁଦେବଙ୍କୁ କହିଥିଲେ। ମାତ୍ର ବାସୁଦେବ ଏହାକୁ ଅଗ୍ରାହ୍ୟ କରିଚାଲିଥିଲେ। ଏହା ମଧ୍ୟରେ ଜମିରୁ ଉତ୍ପାଦ ଲାଭ ମଧ୍ୟ ରାମପ୍ରସାଦ ପାଇ ନଥିଲେ। ୨୦୦୮ରେ ଦୈନିକ ଭାସ୍କରରେ ପ୍ରକାଶ ପାଇଥିବା ଏକ ନୋଟିସରୁ ରାମପ୍ରସାଦ ଜାଣିବାକୁ ପାଇଥିଲେ ଯେ ଏହି ସମ୍ପତ୍ତିକୁ ବାସୁଦେବ ନିଜେ ଓ ତାଙ୍କ ପୁଅ ଯଶବନ୍ତଙ୍କ ନାମରେ କରାଇନେଇଛନ୍ତି। ଜମି ରେକର୍ଡରେ ରାମପ୍ରସାଦଙ୍କ ନାମ ଆଦୌ ନାହିଁ। ୧୯୯୦ ମସିହାରୁ ଏହି ସମ୍ପତ୍ତିକୁ ବାସୁଦେବ ନିଜ ନାମରେ କରାଇ ନେଇଥିବା ରେକର୍ଡରୁ ଜଣାଯାଇଥିଲା। ପରବର୍ତ୍ତୀ ସମୟରେ ନିମ୍ନ ଅଦାଲତ ଓ ହାଇକୋର୍ଟ ରେକର୍ଡ ଆଧାରରେ ସମ୍ପତ୍ତିର ପ୍ରକୃତ ମାଲିକାନା ବାସୁଦେବ ଓ ତାଙ୍କ ପୁଅ ଯଶବନ୍ତଙ୍କୁ ଦେଇଥିଲେ। ହାଇକୋର୍ଟ କହିଥିଲେ ମ୍ୟୁଟେସନକୁ ୧୮ ବର୍ଷ ଧରି କେହି ଚାଲେଞ୍ଜ କରି ନଥିବାରୁ ଏହା ଉପରେ ବାସୁଦେବଙ୍କ ମାଲିକାନାକୁ ବୈଧ ଦର୍ଶାଇଥିଲେ। ମାତ୍ର ହାଇକୋର୍ଟଙ୍କ ଏହି ରାୟକୁ ୮ବର୍ଷ ପରେ ସୁପ୍ରିମକୋର୍ଟ ଖାରଜ କରି ସମ୍ପତ୍ତି ଉପରେ ରାମପ୍ରସାଦଙ୍କ ସମାନ ଅଧିକାର ପ୍ରଦାନ କରିଛନ୍ତି।

  • Related Posts

    jayasanker meet putin ପୁଟିନଙ୍କୁ ଭେଟିଲେ ଜୟଶଙ୍କର

    ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ଖୁବଶୀଘ୍ର ଭାରତ ଗସ୍ତରେ ଆସିପାରନ୍ତି। ଆସନ୍ତା ୧୨-୧୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ସେ ସାମିଲ ହୋଇପାରନ୍ତିି। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ମସ୍କୋରେ ପୁଟିନଙ୍କୁ…

    Continue reading
    SIM CARD ଆଜିଠାରୁ ସିମ୍ କାର୍ଡ ନିୟମ ପରିବର୍ତ୍ତନ

    ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ । ଛୋଟ ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ, ସମସ୍ତଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି । ତେଣୁ, ସମସ୍ତଙ୍କ ପାଖରେ ସିମ୍ କାର୍ଡ ବି ଅଛି । ପ୍ରାୟତଃ, ବାପା ମାଆ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ