grivance ଗୁରୁସଙ୍ଗରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଦେବଗଡ଼:ବାରକୋଟ ବ୍ଲକର ଗୁରୁସଙ୍ଗ ପଞ୍ଚାୟତର ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଓ ଏସପି କିଶୋର ଚନ୍ଦ୍ର ମୁଣ୍ଡ ଯୋଗଦେଇ ୪୬ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ମଧ୍ୟରେ ୩୩ଟି ବ୍ୟକ୍ତିଗତ ଏବଂ ୧୩ଟି ସାମୁହିକ ଅଭିଯୋଗ ରହିଥିଲା। ଜନସାଧାରଣ ରାସ୍ତା ନିର୍ମାଣ, ବ୍ରିଜ୍ ନିର୍ମାଣ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଶିକ୍ଷକ ସମସ୍ୟା,ଜମି ବାଡ଼ି ବିବାଦ,ଜମିର ପଟ୍ଟା,ଷ୍ଟ୍ରିଟ୍ ଲାଇଟ୍ ତଥା ବିଭିନ୍ନ ସମସ୍ୟା ସଂପର୍କରେ ଜିଲ୍ଲାପାଳ ଓ ଏସପିଙ୍କୁ ଜଣାଇଥିଲେ।ଏହି ଶିବିରରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ମିଞ୍ଜ,ଉପଜିଲ୍ଲାପାଳ ପରିକ୍ଷିତ ସାହୁ,ଏସିଏଫ ସ୍ୱାଧୀନତା ସାହାଣୀ,ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ,ଡେପୁଟି କଲେକ୍ଟର ଅଞ୍ଜୁନୀ କୂଜୁର,ବାରକୋଟ ବିଡିଓ ସୂର୍ଯ୍ୟକାନ୍ତ ବରିହା,ବାରକୋଟ ତହସିଲଦାର ରବୀନ୍ଦ୍ର ସାମଲ ଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

  • Related Posts

    snake bite ସାପ କାମୁଡ଼ାରେ ଭାଇ-ଭଉଣୀଙ୍କ ମୃତ୍ୟୁ

    ରାଉରକେଲା: ସାପ କାମୁଡ଼ାରେ ଦୁଇ ନାବାଳକ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି। ରାଉରକେଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଗୀର୍ଜାଟୋଲିରେ ଏହି ଅଭାବନୀୟ ଘଟଣା ଘଟିଛି।ମୃତକମାନେ ହେଲେ ୧୦ ବର୍ଷୀୟ ସମୀର ହରୋ ଓ ତାଙ୍କ ୮ ବର୍ଷୀୟ ଭଉଣୀ ସାଇରନ୍ ହରୋ। ସୂଚନା…

    Continue reading
    onion ସରକାରୀ ପ୍ରୋତ୍ସାହନ ଅଭାବରୁ କମିଯାଉଛି ପିଆଜ ଚାଷ

    ଦେବଗଡ଼:ଦେବଗଡ ଜିଲ୍ଲାରେ ବଜାରରେ ପିଆଜ ଦର କେଜି ପ୍ରତି ୫୦ ଟଙ୍କା ଛୁଇଁଲାଣି।ଏହାସହିତ ଆଗକୁ ପିଆଜଦର ଆହୁରି ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।ଆଗରୁ ପିଆଜ ଦର ୨୦ରୁ ୩୦ଟଙ୍କା ଭିତରେ ରହୁଥିଲା।କିନ୍ତୁ ହଠାତ ଚଳିତ ମାସରେ ପିଆଜ ଦର ବୃଦ୍ଧି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ