ବିହାରରୁ ପ୍ରକାଶ ପାଶ୍ୱାନ ଗିରଫ !

ରାଉରକେଲା: ପାନପୋଷ ସର୍କିଟ ହାଉସ୍‌‌ରୁ ବନ୍ଧୁକ ଜବତ ଓ ଅପରାଧୀ ସଂଗଠିତ କରିବା ଅଭିଯୋଗରେ ଅଭିଯୁକ୍ତ ପ୍ରକାଶ ପାଶ୍ୱାନ ପୁଲିସ ପଞ୍ଝାରେ ପଡ଼ିଥିବା ସୂଚନା ମିଳିଛି। ବିହାର ସମସ୍ତିପୁରରେ ସେ ଆତ୍ମଗୋପନ କରିଥିବା ବେଳେ ପୁଲିସ ସେଠାରେ ଚଢ଼ଉ କରି ଧରିଥିବା ଚର୍ଚ୍ଚା ହେଉଛି। ମାତ୍ର ପୁଲିସ ଏ ବାବଦରେ ପାଟି ଫିଟାଉନାହିଁ।
ଗତ ୧୪ ତାରିଖରେ ପାନପୋଷ ସର୍କିଟ ହାଉସ୍‌‌ରୁ ୭ଜଣ ଅଭିଯୁକ୍ତ ଗିରଫ ହେବା ସହିତ ୪ଟି ବନ୍ଧୁକ, ୯ ରାଉଣ୍ଡ ଗୁଳି ଓ କାର ଜବତ କରିଥିଲା। ତେବେ ଏସବୁ କାରବାରରେ ବିଜେପିରୁ ବହିଷ୍କୃତ ତଥା ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶ୍ୱାନ ମୁଖ୍ୟ କାର୍ପଟଦାର ବୋଲି ଅଭିଯୋଗ ହୋଇଥିଲା। ତେଣୁ ପୁଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଜେରା କରିବା ପରେ ସବୁ ସତ କଥା ପଦାରେ ପଡ଼ି ଯାଇଥିଲା। ପ୍ରକାଶ ଅପରାଧୀମାନଙ୍କୁ ଏକଜୁଟ କରି ସହରରେ ବଡ଼ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିବା ଜଣାପଡ଼ିଥିଲା। ତେଣୁ ପ୍ରକାଶ ପୁଲିସ ତାକୁ ଗିରଫ କରିବାକୁ ଯୋଜନା
କରିଥିଲା। କିନ୍ତୁ ଗତ ୧୯ ତାରିଖରୁ ସେ ସହରରୁ ଚମ୍ପଟ୍‌‌ ମାରିଥିଲା। ତାକୁ ଧରିବା ପାଇଁ ପୁଲିସର ୪ଟି ଟିମ ରାଜ୍ୟ ବାହାରେ ଡେରା ପକାଇଥିଲେ। ପ୍ରକାଶ ବିହାରର ସମସ୍ତିିପୁରରେ ଆତ୍ମଗୋପନ କରିଥିବା ପୁଲିସକୁ ସୂଚନା ମିଳିଥିଲା। ପୁଲିସ ଆଜି ରାତିରେ ତାକୁ କାବୁ କରିଥିବା ସୂଚନା ମିଳିଛି। ଆସନ୍ତାକାଲି ତାକୁ ରାଉରକେଲା ଅଣାଯିବ ବୋଲି ଚର୍ଚ୍ଚା ହେଉଛି। ତେବେ ଘଟଣା ସମ୍ପର୍କରେ ରାଉରକେଲା ଏସ୍‌‌ପିଙ୍କ ସହିତ ଯୋଗାଯୋଗ କରାଯିବାରୁ ‘ସଠିକ୍‌‌ ସମୟରେ ଗଣମାଧ୍ୟମକୁ ସଠିକ ଖବର ଦିଆଯିବ’ ବୋଲି ସେ କହି ସିଧାସଳଖ ଉତ୍ତରକୁ ଏଡ଼ାଇ ଯାଇଥିଲେ।

  • Related Posts

    SUBHADRA MONEY ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

    ନୟାଗଡ଼: ସୁଭଦ୍ରା ଯୋଜନା ଅର୍ଥ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୟାଗଡ଼ ଲାଠିପଡ଼ା ଟାଙ୍ଗି ପଡ଼ିଆ ସୁଭଦ୍ରା ମଞ୍ଚରୁ ପଠାଇଲେ ଟଙ୍କା । ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ଖାତାକୁ ଗଲା ।ଆଜି ମିଳିଛି ସୁଭଦ୍ରାର…

    Continue reading
    POLICE MEETING ଶନିବାର ରାଜ୍ୟ ପୁଲିସର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ

    ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ସମେତ ପୁଲିସ ଡିଜି-ଆଇଜି ସମ୍ମିଳନୀ-୨୦୨୫ରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକର ଅଗ୍ରଗତିର ସମୀକ୍ଷା ପାଇଁ ଆସନ୍ତା ଶନିବାର(୨୯ତାରିଖ) ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ