arrested ଯୁବତୀକୁ ପ୍ରେମ ପ୍ରତାରଣା: ଅଭିଯୁକ୍ତ ଗିରଫ

ଦେବଗଡ଼:ବିବାହର ପ୍ରତିଶ୍ମୃତି ଦେଇ ପ୍ରେମିକାଙ୍କ ସହିତ ବାରମ୍ବାର ଶାରିରୀକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା କରିଥିବା ନେଇ ଦେବଗଡ ଥାନାରେ ଅଭିଯୋଗ ହୋଇଥିଲା।ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ପୁଲିସ ଅଭିଯୁକ୍ତ ଦେବଗଡ ଥାନାର କଣ୍ଢଳ ଗ୍ରାମର ରାକେଶ ବେହେରା (୨୩)କୁ ଗିରଫ କରିଛି। ଗତକାଲି ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଥିବାବେଳେ ଜାମିନ ନାମାଞ୍ଜୁର ହେବ‌‌ାରୁ ତାକୁ ଜେଲ ହାଜତକୁ ପଠାଇଦିଆଯାଇଛି।ସୂଚନା ଅନୁଯାୟୀ, ପ୍ରାୟ ୩ ବର୍ଷ ହେଲା ରାକେଶ ଏବଂ ପୀଡିତା ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା।ଏହାର କିଛି ଦିନ ପରେ ବିବାହର ପ୍ରତିଶ୍ମୃତି ଦେଇ ଯୁବତୀଙ୍କ ସହିତ ବିଭିନ୍ନ ସମୟରେ ରାକେଶ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲା।ଏହାପ‌ରେ ଯୁବତୀ ଜଣକ ତାଙ୍କ ଘରେ କିଛି ନ ଜଣାଇ ରାକେଶ ସହିତ ପୁରୀ ଯାଇଥିଲେ।ସେଠାରେ କିଛି ଦିନ ରହିବା ପରେ ରାକେଶ ସୋନପୁରରେ କାମ କରୁଥିବାରୁ ଦୁଇ ଜଣ ଘର ଭଡା ନେଇ ସେଠାରେ ରହିଥିଲେ। କିଛି ମାସ ଏକାଠି ରହିବା ପରେ ଯୁବତୀଙ୍କୁ କିଛି ନକହି ରାକେଶ ନିଜ ଘରକୁ ପଳାଇ ଆସିଥିଲା। ରାକେଶ ୨ ଦିନ ପର୍ଯ୍ୟନ୍ତ ସୋନପୁର ନଫେରିବାରୁ ଯୁବତୀ ଜଣକ ରାକେଶଙ୍କ ଘରକୁ ଆସି ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। କିନ୍ତୁ ରାକେଶଙ୍କ ପରିବାର ଲୋକେ ପୀଡିତା ଯୁବତୀକୁ ଗାଳିଗୁଲଜ କରିବା ସହ ଘରୁ ବାହାର କରି ଦେଇଥିଲେ।ଫଳରେ ଯୁବତୀ ଜଣକ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

  • Related Posts

    MV Ocean Winner ପାରାଦୀପ ଅଣାଯାଉଛି ୨ ଚାଇନିଜ୍ କ୍ରୁ ସଦସ୍ୟ

    ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ? କାହିଁକି ବୁଡ଼ିଗଲା MV Ocean Winner? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ…

    Continue reading
    cm mohan majhi ଆଜି ଗୋପାଳପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

    ବ୍ରହ୍ମପୁର:ଗୁରୁବାର ଗୋପାଳପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ