
ଭୁବନେଶ୍ବର : ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କ ଦ୍ବାରା ଗୃହୀତ ହୋଇଛି । ଇସ୍ତଫା ପତ୍ର ଗ୍ରହଣ କରି ଗୃହ ମନ୍ତ୍ରଣାଳୟକୁ ପଠାଇଲେ ରାଜ୍ୟ ସରକାର। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଜୁଲାଇ ମାସରେ ନିଜ ପଦରୁ ଇସ୍ତଫା ଦେଇଥିଲେ।
ଜୁଲାଇ ମାସରେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଚାକିରିରୁ ଇସ୍ତଫା ଦେଇଥିଲେ। ରାଜ୍ୟ ସରକାରଙ୍କୁ ଇସ୍ତଫା ପତ୍ର ପଠାଇଥିଲେ। ସେ ଇସ୍ତଫା ଦେବା ପରେ ଏହାକୁ ଅନେକ ଚର୍ଚ୍ଚା ହୋଇଥିଲା। ରାଜସ୍ଥାନରେ ତାଙ୍କର ଜଣେ ଘନିଷ୍ଠ ସମ୍ପର୍କୀୟଙ୍କ କମ୍ପାନୀରେ ସେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ଶ୍ରୀ ମୀନା ପ୍ରଥମେ ଅନୁଗୁଳ ଏସପି ଭାବେ ଦାୟିତ୍ୱରେ ରହିଥିଲେ । ଏହାପରେ ସେ ଗଞ୍ଜାମ ଜିଲ୍ଲାର ଏସପି ଓ ପରେ କଟକ ଡିସିପି ଭାବେ ଯୋଗ ଦେଇଥିଲେ । ୨୦୨୫ ଫେବ୍ରୁଆରୀ ୨୮ ତାରିଖରେ ସେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ବ ନେଇଥିଲେ ।




