flood in nepal ନେପାଳ ବନ୍ୟା: ପାଖାପାଖି 470ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, 1400ରୁ ଅଧିକ ନିଖୋଜ

କାଠମାଣ୍ଡୁ: ନେପାଳର ପ୍ରଳୟଙ୍କାରୀ ବନ୍ୟା ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ପାଖାପାଖି 470 ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଶହ ଶହ ବିଦେଶୀ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ସମେତ 1400ରୁ ଅଧିକ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ପ୍ରାୟ 288 ଜଣ ଭାରତୀୟ ନାଗରିକ ଅଛନ୍ତି । ଉଦ୍ଧାରକାରୀ ଦଳ ଜୀବିତ ଥିବା ଲୋକଙ୍କ ସନ୍ଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।ନେପାଳ ପୋଲିସ ଏବଂ ବିପର୍ଯ୍ୟୟ କର୍ତ୍ତୃପକ୍ଷ ରିପୋର୍ଟ କରିଛନ୍ତି ଯେ, ନେପାଳରେ 389 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାସହ ତିବ୍ଦତରେ ତିନି ଜଣଙ୍କ ମୃତ୍ୟୁ ସମେତ ମୋଟ ମୃତ୍ୟୁ ସଂଖ୍ୟା 392ରେ ପହଞ୍ଚିଛି । ନେପାଳ ଏବଂ ତିବ୍ଦତରେ 1,400ରୁ ଅଧିକ ଲୋକଙ୍କର ପତ୍ତା ମିଳିନାହିଁ । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି ।

ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, 288 ଜଣ ଭାରତୀୟ ନାଗରିକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ । ସେମାନଙ୍କ ମଧ୍ୟରେ 73 ଜଣ ଲୋକ ଅଛନ୍ତି ଯେଉଁମାନେ ଏକ ବିଦ୍ୟୁତ ପ୍ରକଳ୍ପରେ କାମ କରୁଥିଲେ । ନେପାଳ ଅଧିକାରୀମାନେ କହିଛନ୍ତି ଯେ, ଅନେକ ଭାରତୀୟ ପର୍ଯ୍ୟଟକ ତିବ୍ଦତର କୈଳାସ ପର୍ବତକୁ ତୀର୍ଥଯାତ୍ରାରେ ଯାଇଥିଲେ ।
ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଦିନ କହିଛି ଯେ, ନେପାଳରୁ ଏପର୍ଯ୍ୟନ୍ତ 84 ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ଏଥିରେ ତ୍ରିଶୁଳି-1 ପ୍ରକଳ୍ପର 63 ଜଣ ଶ୍ରମିକ ଏବଂ ତାମିଲନାଡୁର 21 ଜଣ ଲୋକ ଅଛନ୍ତି ।ବର୍ତ୍ତମାନର ବନ୍ୟା ସଙ୍କଟ ସମୟରେ ଭାରତ, ନେପାଳକୁ ସାହଯ୍ୟ ଓ ସମର୍ଥନର ହାତ ବଢ଼ାଇଛି । କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଡ଼ୋଶୀ ଦେଶ ନେପାଳକୁ ସମସ୍ତ ସମ୍ଭାବ୍ୟ ସହାୟତା ପଠାଇବା ପାଇଁ ପଦକ୍ଷେପ ଆରମ୍ଭ କରିସାରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, “ଯେତେବେଳେ କୌଣସି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ଆସେ, ଭାରତ ପ୍ରଥମେ ସାହାଯ୍ୟର ହାତ ବଢ଼ାଏ । ପ୍ରଧାନମନ୍ତ୍ରୀ ତୁରନ୍ତ ନେପାଳରେ ତାଙ୍କ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି ଏବଂ ଭାରତ ତୁରନ୍ତ ସମସ୍ତ ସମ୍ଭାବ୍ୟ ସହାୟତା ପଠାଇବା ପାଇଁ ପଦକ୍ଷେପ ନେଉଛି । ଉଦ୍ଧାର ଏବଂ ମାନବିକ ସହାୟତା ଉପରେ ଧ୍ୟାନ ଦିଆଯାଇଛି । ଆମର ସର୍ବୋଚ୍ଚ ପ୍ରାଥମିକତା ହେଉଛି ନିଖୋଜ ଭାଇଭଉଣୀମାନଙ୍କୁ ଖୋଜିବା ଏବଂ ନେପାଳରେ ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା । ଭାରତ କୌଣସି ପ୍ରୟାସ ଛାଡିବ ନାହିଁ ।”

  • Related Posts

    ELECTION NDA ନିର୍ବାଚନ ହେଲେ ଏନଡିଏ ୩୨୬ଟି ଆସନ ଜିତିବ

    ଆଜିକା ଦିନରେ ଯଦି ଦେଶରେ ଲୋକସଭା ନିର୍ବାଚନ ହେବ, ତା’ହେଲେ ବିଜେପି ନେତୃତ୍ୱାଧୀନ ଏନଡିଏ ପୁଣି କେନ୍ଦ୍ରରେ କ୍ଷମତା ଦଖଲ କରିବ। ଏନଡିଏ ୩୨୬ଟି ଆସନ ଜିତିବ ବୋଲି ଇଣ୍ଡିଆ ଟୁଡେ ଗ୍ରୁପର ମୁଡ ଅଫ ନେଶରେ ଦାବି କରାଯାଇଛି। ତେବେ…

    Continue reading
    ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

    କାନପୁର ନିକଟବର୍ତୀ ଗଙ୍ଗାନଦୀ କୂଳରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧.୫୦ ମିନିଟ୍‌ରେ ଟ୍ରେନିଂ ପାଇଁ ଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟ ଏବଂ କୋ-ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି । ମୃତ ପାଇଲଟ ହେଲେ ଗୁଜରାଟର ସଚ୍ଚିନ ଭାଟିଆ ଏବଂ କୋ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ