
ଭୁବନେଶ୍ବର: ଆଜି ଚଳିତ ବର୍ଷର ଦ୍ଵିତୀୟ ଚନ୍ଦ୍ରଗ୍ରହଣ । ତେବେ ଏହି ଆଂଶିକ ଚନ୍ଦ୍ର ଗ୍ରହଣ ଓଡ଼ିଶା ସମେତ ଭାରତରେ ଦେଖାଯିବ ନାହିଁ । ଭାରତୀୟ ସମୟ ଅନୁସାରେ ସକାଳ ୮ଟା ୪ ମିନିଟରେ ଆଂଶିକ ଗ୍ରହଣ ଆରମ୍ଭ ହେବ । ସକାଳ ୯ଟା ୪୩ ମିନିଟରେ ଗ୍ରହଣ ସର୍ବାଧିକ ୯୬ ପ୍ରତିଶତରେ ପହଞ୍ଚିବ। ପୂର୍ବାହ୍ନ ୧୧ଟା ୨୨ ମିନିଟରେ ଆଂଶିକ ଗ୍ରହଣ ଶେଷ ହେବ ।
ଏହି ଚନ୍ଦ୍ରଗ୍ରହଣ ୟୁରୋପ, ପଶ୍ଚିମ ଏସିଆ, ଆଫ୍ରିକା, ଉତ୍ତର ଓ ଦକ୍ଷିଣ ଆମେରିକା ସମେତ ପ୍ରଶାନ୍ତ, ଆଟଲାଣ୍ଟିକ ଓ ଭାରତ ମହାସାଗର ଅଞ୍ଚଳରେ ଦୃଶ୍ୟମାନ ହେବ। ଓଡ଼ିଶାବାସୀଙ୍କୁ ପରବର୍ତ୍ତୀ ପୂର୍ଣ ଚନ୍ଦ୍ରଗ୍ରହଣ ଦେଖି ବା ପାଇଁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।




