high court odisha ରାଜ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ହାଇକୋର୍ଟରେ ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ: ସରକାର ଗଠନରେ ‘ଉପମୁଖ୍ୟମନ୍ତ୍ରୀ’ ପଦ ନେଇ କୌଣସି ସାମ୍ବିଧାନିକ ବ୍ୟବସ୍ଥା ନାହିଁ । ଜଣେ ମନ୍ତ୍ରୀ ଯେଉଁଭଳି ଭାବେ ଶପଥ ଗ୍ରହଣ କରନ୍ତି ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ସେହି ସମାନ ଢଙ୍ଗରେ ଶପଥ ପାଠ କରାଯାଇଥାଏ । ଏହା ସତ୍ତେ୍ୱ ଓଡ଼ିଶାରେ ଦୁଇଟି ‘ଉପମୁଖ୍ୟମନ୍ତ୍ରୀ’ ପଦ ସୃଷ୍ଟି କରାଯାଇଛି । ଏହା ଅସାମ୍ବିଧାନିକ ବ୍ୟବସ୍ଥା ବୋଲି ଅଭିଯୋଗ କରି ହାଇକୋର୍ଟରେ ମାମଲା ଦାଏର ହୋଇଥିଲା । ଏଲିନା ଦାଶଙ୍କ ପକ୍ଷରୁ ରୁଜୁ ଏହି ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟ ଶେଷ କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ସବୁ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ।

ଆବେଦନକାରିଣୀ ପିଟିସନ୍‌ରେ ଦର୍ଶାଇଛନ୍ତି ଯେ, ‘ଉପମୁଖ୍ୟମନ୍ତ୍ରୀ’ ପଦ ଲାଗି ସମ୍ବିଧାନରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବା ସତ୍ତେ୍ୱ ୨୦୨୪ରେ ନୂତନ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ରଖାଯାଇଛି । ପ୍ରୋଟୋକଲ୍ ଦୃଷ୍ଟିରୁ ଦେଖିଲେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କଠାରୁ ଉପମୁଖ୍ୟମନ୍ତ୍ରୀଙ୍କ କିଛି ଅଧିକ କ୍ଷମତା ନାହିଁ । କିନ୍ତୁ ସେମାନଙ୍କୁ ଅଧିକ ସୁବିଧା ପ୍ରଦାନ କରାଯାଉଛି । ବିଭିନ୍ନ ଉତ୍ସବରେ ସେମାନଙ୍କ ସ୍ୱତନ୍ତ୍ରତା ବଜାୟ ରହୁଛି । ସେମାନଙ୍କ ପାଇଁ ଅଧିକ କର୍ମଚାରୀ ଓ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଫିସ୍ ଏଷ୍ଟାବ୍ଲିସ୍‌ମେଣ୍ଟ ମଧ୍ୟ ଅଧିକ ରହିଛି । ଏଥିପାଇଁ ରାଜ୍ୟ ରାଜକୋଷରୁ ଅଧିକରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଉଛି ।

ଏଭଳି ଅସାମ୍ବିଧାନିକ ବ୍ୟବସ୍ଥାକୁ ବନ୍ଦ କରିବା ଲାଗି ଆବେଦନକାରିଣୀ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ । ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଜଣେ ମନ୍ତ୍ରୀଙ୍କଠାରୁ ଅଧିକ ସୁବିଧା ନଦେବା ଓ ସରକାରଙ୍କ ପକ୍ଷରୁ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଉଥିବା ବିଭିନ୍ନ ସୁବିଧାକୁ ପ୍ରତ୍ୟାହାର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ପିଟିସନ୍ରେ ପ୍ରାର୍ଥନା କରାଯାଇଥିଲା । ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନସଚିବ, ରାଜ୍ୟପାଳଙ୍କ ସଚିବ, ଆକାଉଣ୍ଟାଣ୍ଟ ଜେନେରାଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏହି ମାମଲାରେ ଆଡ୍‌ଭୋକେଟ୍ ଜେନରାଲ୍ ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖି ଅଧିକ ତଥ୍ୟ ନଥିବାରୁ ମାମଲାକୁ ଖାରଜ କରାଯିବା ଲାଗି ପ୍ରାର୍ଥନା କରିଥିଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ରୀନିବାସ ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।

  • Related Posts

    SUBHADRA MONEY ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

    ନୟାଗଡ଼: ସୁଭଦ୍ରା ଯୋଜନା ଅର୍ଥ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୟାଗଡ଼ ଲାଠିପଡ଼ା ଟାଙ୍ଗି ପଡ଼ିଆ ସୁଭଦ୍ରା ମଞ୍ଚରୁ ପଠାଇଲେ ଟଙ୍କା । ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ଖାତାକୁ ଗଲା ।ଆଜି ମିଳିଛି ସୁଭଦ୍ରାର…

    Continue reading
    POLICE MEETING ଶନିବାର ରାଜ୍ୟ ପୁଲିସର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ

    ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ସମେତ ପୁଲିସ ଡିଜି-ଆଇଜି ସମ୍ମିଳନୀ-୨୦୨୫ରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକର ଅଗ୍ରଗତିର ସମୀକ୍ଷା ପାଇଁ ଆସନ୍ତା ଶନିବାର(୨୯ତାରିଖ) ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ