
ରାଉରକେଲା : ପୁଣି ଭିଜିଲାନ୍ସ ଜାଲରେ ପୋଲିସ ASI । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ପୋଲିସ ASI ମଦନ ମୋହନ ପ୍ରଧାନ । ମଦନ ମୋହନ ପ୍ରଧାନ ନିଜ ବାସଭବନ ମହୁଲଡିହାରେ ୨୦ହଜାର ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ରାଉରକେଲା ଭିଜିଲାନ୍ସ । ଥାନାରେ ଥିବା ଏକ ମାମଲାକୁ ରଫାଦଫା କରିବା ପାଇଁ ଜନୈକ ବ୍ୟକ୍ତିଙ୍କୁ ମାମଲାର ଭୟ ଦେଖାଇବା ସହ ୫୦ହଜାର ଟଙ୍କା ଦାବି କରିଥିଲେ। ହେଲେ ଚୁକ୍ତି ହୋଇଥିଲା ୨୦ ହଜାରରେ । ଆଜି ସନ୍ଧ୍ୟାରେ ନଗଦ ୨୦ହଜାର ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ରାଉରକେଲା ଭିଜିଲାନ୍ସ ।




