flood in nepal ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା 691କୁ ବୃଦ୍ଧି

କାଠମାଣ୍ଡୁ: ନେପାଳ ପ୍ରଳୟଙ୍କାରୀ ବନ୍ୟା ଘଟଣାରେ ମୃତ୍ୟୁ ସଂଖ୍ୟା ପଢ଼ିବାରେ ଲାଗିଛି । ନେପାଳ ଏବଂ ତିବ୍ଦତରେ ମିଳିତ ମୃତ୍ୟୁ ସଂଖ୍ୟା 691ରେ ପହଞ୍ଚିଛି । 3,000ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଚୀନ୍ କର୍ତ୍ତୃପକ୍ଷ 16 ଜଣଙ୍କର ମୃତ୍ୟୁ ଏବଂ 546 ଜଣ ନିଖୋଜ ଥିବା ସୂଚନା ଦେଇଛନ୍ତି । ସେହିପରି ନେପାଳର ବିପର୍ଯ୍ୟୟ ସଂସ୍ଥା ଶନିବାର ବିଳମ୍ବିତ ରାତିରେ କହିଛି ଯେ 2,498 ଜଣ ନିଖୋଜ ହେବା ସହିତ ମୃତ୍ୟୁ ସଂଖ୍ୟା 675ରେ ପହଞ୍ଚିଛି । ନେପାଳରେ ଏପର୍ଯ୍ୟନ୍ତ 3,700ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।
ନାପାଳରେ ନିଖୋଜ ଥିବା ଲୋକଙ୍କ ମଧ୍ୟରୁ 320 ବିଦେଶୀ ନାଗରିକ ଅଛନ୍ତି । ସେମାନଙ୍କ ମଧ୍ୟରୁ 167 ଜଣ ଭାରତୀୟ, 40 ଜଣ ଚୀନ, 8 ଜଣ ୟୁକ୍ରେନୀୟ, 4 ଜଣ ଜର୍ମାନୀ ଏବଂ ମାଲ୍ଟାର, 3 ଜଣ ଆମେରିକାର ଏବଂ ବାକି ତୁର୍କୀ, ପର୍ତ୍ତୁଗାଲ, ଋଷିଆ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଇଟାଲୀ, ଓମାନ, ବେଲଜିୟମ ଏବଂ ବୁଲଗେରିଆର ନାଗରିକ ଅଛନ୍ତି । ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ 15,000ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ଏବଂ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ହେଲିକପ୍ଟର ଗୁଡ଼ିକ ବାରମ୍ବାର ଉଡ଼ାଣ କରୁଛନ୍ତି ।

ନେପାଳ ଏବଂ ଚୀନର ତିବ୍ଦତର ବିଭିନ୍ନ ସ୍ଥାନରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନେପାଳର ରାସୁୱା ଜିଲ୍ଲାର ଉପର ତ୍ରିଶୁଲି-1 ଜଳବିଦ୍ୟୁତ ପ୍ରକଳ୍ପ ଏବଂ ଚୀନ ପାର୍ଶ୍ୱରେ ଗୁରୁତର ଭାବରେ କ୍ଷତିଗ୍ରସ୍ତ ଗାଇରୋଙ୍ଗ ସୀମା କ୍ରସିଂ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ନେପାଳ ସେନାର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ରାଜା ରାମ ବାସନେତ କହିଛନ୍ତି ଯେ, ଜଳବିଦ୍ୟୁତ ନିର୍ମାଣ ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେଠାରେ କାଦୁଅରେ ଭର୍ତ୍ତି ଏକ ସୁଡ଼ଙ୍ଗରେ 100ରୁ ଅଧିକ ଲୋକ ଫସି ରହିଛନ୍ତି ବୋଲି ଅନୁୁମାନ କରାଯାଇ ଉଦ୍ଧାର କରାର୍ଯ୍ୟ କରାଯାଉଛି ।

  • Related Posts

    ମନ୍ କି ବାତ୍:ବିକଶିତ ହେବା ପାଇଁ ଭାରତକୁ ନିଶାମୁକ୍ତ ରହିବାକୁ ପଡିବ

    ନୂଆଦିଲ୍ଲୀ: ବିକଶିତ ହେବା ପାଇଁ ଭାରତକୁ ନିଶାମୁକ୍ତ ରହିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୩୭ ସଂସ୍କରଣରେ ଦେଶର ଯୁବବର୍ଗଙ୍କୁ ଆହ୍ବାନ ଦେଇଛନ୍ତି। ଦେଶର ଭବିଷ୍ୟତକୁ ରକ୍ଷା କରିବା ସରକାରଙ୍କ ସଂକଳ୍ପ। ନିଶାମୁକ୍ତି କାର୍ଯ୍ୟକ୍ରମରେ…

    Continue reading
    CNG PRICE HIKE AGAIN ପୁଣି ମହଙ୍ଗା ହେଲା ସିଏନଜି

    ଦିଲ୍ଲୀରେ ପୁଣି ମହଙ୍ଗା ହେଲା ସିଏନଜି। କେଜି ପ୍ରତି ୩ ଟଙ୍କା ୮୯ ପଇସା ମହଙ୍ଗା ହୋଇଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍‌ (ଆଇଜିଏଲ) ପକ୍ଷରୁ ଏହି ଦର ବୃଦ୍ଧି ହୋଇଛି। ନୂଆ ଦର ଆଜିଠୁ ଲାଗୁ ହୋଇଛି। ଏହି ନୂଆ ଦର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ