
କେନ୍ଦୁଝର: କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ ରବିବାର ସାରେ ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରାପଡ଼ିଥିବା ଭିଜିଲାନ୍ସ ଡିଏସ୍ପି ସୁଧାଂଶୁ ପୂଜାରୀ ସୂଚନା ଦେଇଛନ୍ତି। ଏହା ପରେ ତାଙ୍କ ଅଫିସ ଓ ଘର ଯାଞ୍ଚ କରାଯାଉଛି।
ଶ୍ରୀ ବିଷୋୟୀଙ୍କ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ନିମନ୍ତେ ତାଙ୍କର ଦୁଇଟି ଠିକଣାରେ ଏକାସାଙ୍ଗରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ କେନ୍ଦୁଝରସ୍ଥିତ ତାଙ୍କ ସରକାରୀ ବାସଭବନରୁ ୭,୨୯,୨୦୦ ଟଙ୍କା ନଗଦ ଜବତ କରାଯାଇଛି। ଏହା ସହିତ ପ୍ରାୟ ୩୦୦ ଗ୍ରାମର ସୁନା ଗହଣା ମଧ୍ୟ ଉଦ୍ଧାର ହୋଇଛି।




