vigilance trap ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର: କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ ରବିବାର ସାରେ ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରାପଡ଼ିଥିବା ଭିଜିଲାନ୍ସ ଡିଏସ୍‌ପି ସୁଧାଂଶୁ ପୂଜାରୀ ସୂଚନା ଦେଇଛନ୍ତି। ଏହା ପରେ ତାଙ୍କ ଅଫିସ ଓ ଘର ଯାଞ୍ଚ କରାଯାଉଛି।

ଶ୍ରୀ ବିଷୋୟୀଙ୍କ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ନିମନ୍ତେ ତାଙ୍କର ଦୁଇଟି ଠିକଣାରେ ଏକାସାଙ୍ଗରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ କେନ୍ଦୁଝରସ୍ଥିତ ତାଙ୍କ ସରକାରୀ ବାସଭବନରୁ ୭,୨୯,୨୦୦ ଟଙ୍କା ନଗଦ ଜବତ କରାଯାଇଛି। ଏହା ସହିତ ପ୍ରାୟ ୩୦୦ ଗ୍ରାମର ସୁନା ଗହଣା ମଧ୍ୟ ଉଦ୍ଧାର ହୋଇଛି।

  • Related Posts

    HIRAKUD DAM ହୀରାକୁଦ:୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

    ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ୍‌ରେ ସ୍ଥିର ରହିଛି।ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୩୬…

    Continue reading
    BMC ଭୁବନେଶ୍ୱର ବିକାଶ ପାଇଁ BMCର ମାଷ୍ଟରପ୍ଲାନ୍

    ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସରେ BMCର ବଡ଼ ଘୋଷଣା। ଭୁବନେଶ୍ୱର ବିକାଶ ପାଇଁ BMCର ମାଷ୍ଟରପ୍ଲାନ୍। ସ୍ମାର୍ଟ ଓ ସ୍ୱଚ୍ଛ ଭୁବନେଶ୍ୱର ପାଇଁ ହୋଇଛି ବଡ଼ ଯୋଜନା। ଆଜି ସ୍ୱାୟତ୍ତ ଶାସନ ଦିବସରେ ଏଭଳି ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ