ପୁଣି ଭାରତ ହେଲା ବିଶ୍ବବିଜୟୀ

କ୍ୱାଲାଲମ୍ପୂର : ଚଳିତ ୧୯ ବର୍ଷରୁ କମ୍‌‌ ମହିଳା ଟି-୨୦ ବିଶ୍ୱକପ୍‌‌ ଦ୍ୱିତୀୟ ସଂସ୍କରଣରେ ଗତଥରର ଚାମ୍ପିଅନ ଭାରତ ଏଥର ପୁଣି ଥରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ବବିଜୟୀ ହୋଇଛି। ଲଗାତାର ଦୁଇଥର ବିଶ୍ୱବିଜେତା ବନିଛି ଟିମ୍ ଇଣ୍ଡିଆ । କୁଆଲାଲୁମ୍ପୁରରର ଓଭାଲରେ ହୋଇଥିବା ଫାଇନାଲ୍ ଲଢ଼େଇରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ମାତ୍ ଦେଇ ଭାରତୀୟ ମହିଳା ଦଳ ବିଶ୍ୱ ଚାମ୍ପିଅନ ବନିଛି ।

ପ୍ରଥମେ ଦକ୍ଷିଣ ଆଫ୍ରିକା ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୨୦ ଓଭର ଖେଳି ଅଲଆଟ୍ ହୋଇ ମାତ୍ର ୮୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ତେବେ ଭାରତ ୮୩ ରନ୍ ଟାର୍ଗେଟର ପିଛା କରି ୧୧.୨ ଓଭର ଖେଳି ବିଜୟ ହାସଲ କରିଛି । ଲଗାତାର ଦ୍ୱିତୀୟ ଥର ପାଇଁ ଭାରତୀୟ ମହିଳା ବିଶ୍ୱ ଚମ୍ପିଆନ ବନିଛି । ୨୦୨୩ରେ ସାଉଥ ଆଫ୍ରିକାରେ ଆୟୋଜିତ ମହିଳା ଟି-୨୦ ବିଶ୍ୱକପ୍ ଜିତିଥିଲା ଭାରତ ।

୨୦୨୩ରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ ଭାରତ ୭ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରି ବିଶ୍ୱକପ୍‌‌ର ପ୍ରଥମ ଟାଇଟଲ ଜିତିଥିଲା।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ