ଅନ୍ତିମ ଟି-୨୦ :ଇଂଲଣ୍ଡ ୫୦ ରନରେ ପରାସ୍ତ

ନୂଆଦିଲ୍ଲୀ: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ କ୍ରିକେଟ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ୧୫୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୭ ରନ ସ୍କୋର କରିଥିଲା।

୨୪୮ ରନକୁ ପିଛା କରି ଇଂଲଣ୍ଡ ୧୦ ଓଭର ୩ଟି ବଲରେ ମାତ୍ର ୯୭ ରନ କରି ସମସ୍ତ ୱିକେଟ ହରାଇ ଥିଲା। ଭାରତ ପକ୍ଷରୁ ସଞ୍ଜୁ ସାମସନ ୧୬ ରନ କରିଥିବା ବେଳେ ଅଭିଷେକ ଶର୍ମା ୧୩୫, ତିଲକ ବର୍ମା ୨୪, ସୂର୍ୟ୍ୟକୁମାର ଯାଦବ ୨, ଶିବମ ଦୁବେ ୩୦, ହାର୍ଦ୍ଦିକ ପାଣ୍ଡ୍ୟା ୯, ରିଙ୍କୁ ସିଂ ୯ ଓ ଅକ୍ଷର ପଟେଲ ୧୫ ରନ ସ୍କୋର କରିଥିଲେ।
ସେହିପରି ଇଂଲଣ୍ଡ ପକ୍ଷରୁ ଫିଲ ସଲଟ ୫୫ ରନ ସ୍କୋର କରିଥିବା ବେଳେ ଜୋସ୍ ବଟଲର ୭, ହ୍ୟାରି ବ୍ରୁକ୍ ୨, ଲିଅମ୍ ଲିଭିଙ୍ଗଷ୍ଟୋନ୍ ୯, ଜ୍ୟାକବ ବେଥେଲ ୧୦, ବ୍ରିଡ଼ନ କାର୍ସ ୩, ଯାମି ଓଭରଟନ ଓ ଜୋଫ୍ରା ଆର୍ଚର ୧ ଲେଖାଏଁ ଏବଂ ଆଦିଲ ରସିଦ୍ ୬ ରନ ସ୍କୋର କରିଥିଲେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ